ସ୍ନାନଯାତ୍ରାରେ ଦଇତାପତି ସେବକଙ୍କ ପରଲୋକ

Advertisment
ସ୍ନାନଯାତ୍ରାରେ ଦଇତାପତି ସେବକଙ୍କ ପରଲୋକ

ପୁରୀ : ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ବେଳେ ବରିଷ୍ଠ ଦଇତାପତି ସେବକ ମଦନମୋହନ ଦାସମହାପାତ୍ର(୬୫)ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ଶ୍ରୀ ଦାସମହାପାତ୍ରଙ୍କ ପରଲୋକରେ ଦଇତାପତି ନିଯୋଗ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି। ସ୍ବର୍ଗତ ଦାସମହାପାତ୍ର ବହୁଦିନରୁ ମହାପ୍ରଭୁଙ୍କ ସେବା କରି ଆସୁଛନ୍ତି। କିନ୍ତୁ ଗତକାଲି ସେ ସ୍ନାନନୀତିରେ ଯୋଗ ଦେଇ ନ ଥିଲେ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଚାଲିଥିବାବେଳେ ଦୋଳମଣ୍ଡପ ସାହିସ୍ଥିତ ଘରେ ସ୍ବର୍ଗତ ଦାସମହାପାତ୍ରଙ୍କ ପରଲୋକ ଘଟିଛି। ସ୍ବର୍ଗତ ଦାସମହାପାତ୍ର ଜଣେ ମେଳାପି, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଦଇତାପତି ନିଯୋଗ ସଭାପତି ଜଗନ୍ନାଥ ଦାସମହାପାତ୍ର, ସଂପାଦକ ରାମକୃଷ୍ଣ ଦାସମହାପାତ୍ର, ବରିଷ୍ଠ ଦଇତାପତି ସେବକ ବିଶ୍ବ‌ାବସୁ ବିନାୟକ ଦାସମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ଅର୍ବାନ ବ୍ୟ‌ାଙ୍କର ପୂର୍ବତନ ସଭାପତି ଗୁଣଧର ଦାସମହାପାତ୍ର ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe