ରଥଯାତ୍ରା ନେଇ ଗଜପତିଙ୍କ ସହ ଦଇତାପତିଙ୍କ ବୈଠକ, ନୀତି ଶୃଙ୍ଖଳା, ଭକ୍ତଙ୍କ ଦର୍ଶନକୁ ଗୁରୁତ୍ବ

Advertisment
ରଥଯାତ୍ରା ନେଇ ଗଜପତିଙ୍କ ସହ ଦଇତାପତିଙ୍କ ବୈଠକ, ନୀତି ଶୃଙ୍ଖଳା, ଭକ୍ତଙ୍କ ଦର୍ଶନକୁ ଗୁରୁତ୍ବ

ପୁରୀ : ଶ୍ରୀନଅରକୁ ରାଜପ୍ରସାଦ ବିଜେ ପରେ ଆଜି ଦଇତାପତି ସେବକଙ୍କ ସହ ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇ ବର୍ଷ ଭକ୍ତ ରଥଯାତ୍ରା ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତ ବର୍ଷ ଯେଭଳି ସକରାତ୍ମକ ଅନୁଭୂତି ନେଇ ଫେରିବେ, ସେ ଉପରେ ଗଜପତି ମହାରାଜା ଗୁରୁତ୍ବ ଦେଇଛନ୍ତି। ନୀତି ଶୃଙ୍ଖଳା ସହ ଭକ୍ତଙ୍କ ଦର୍ଶନରେ ଯେଭଳି ବିଘ୍ନ ନ ‌ଘଟେ ସେ ଦିଗକୁ ଯଥେଷ୍ଟ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

ଆଲୋଚନା ବେଳେ ଗଜପତି କହିଛନ୍ତି, ଚଳିତବର୍ଷ ସ୍ନାନଯାତ୍ରାରେ ବିଘ୍ନ ଘଟିଥିଲା। ପରମ୍ପରା ଭଙ୍ଗର ଅଭିଯୋଗ ଆସିଥିଲା। ଯେଉଁମାନେ ସ୍ନାନଯାତ୍ରାରେ ଶ୍ରୀଜିଉଙ୍କୁ ସ୍ନାନ କରିବା କଥା ନୁହେଁ, ସେମାନେ ସ୍ନାନ କରାଇଥିଲେ। ଏହାକୁ ନେଇ ବିଶୃଙ୍ଖଳା ଦେଖା ଦେଇଥିଲା। ରଥଯାତ୍ରାରେ ଏଭଳି ବିଶୃଙ୍ଖଳାର ପୁନରାବୃତ୍ତି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗଜପତି କହିଛନ୍ତି, ରଥଯାତ୍ରା ନୀତିକାନ୍ତି ଯେତେ ସହଳ ହେବ ଯାତ୍ରା ସେତେ ଶୃଙ୍ଖଳିତ ହେବ ଓ ଭକ୍ତଙ୍କ ଦର୍ଶନ ବି ଭଲ ହେବ। ଏଣୁ ଆମେ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ପ୍ରାଥମିକତା ଦେଲେ ସବୁକିଛି ଠିକ୍‌ ଚାଲିବ। ମହାପ୍ରଭୁଙ୍କ ଆଗରେ ଛିଡ଼ା ନ ହେବାକୁ ବି ଗଜପତି ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ଅଣସର ନୀତିକାନ୍ତି ଠିକ୍ ଚାଲିଥିବାରୁ ଦଇତାପତି ସେବକଙ୍କୁ ଗଜପତି ଧନ୍ୟବାଦ ଜଣାଇଛନ୍ତି। ଆଜି ପର୍ଯ୍ୟନ୍ତ ଯେଉଁଭଳି ନୀତିକାନ୍ତି ଠିକ୍‌ରେ ଚାଲିଛି, ସେଭଳି ଆଗକୁ ବି ଚାଲିବ ବୋଲି ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe