ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଦର୍ଶିତ ହେବ ଡାକୋଟା

Advertisment

ଡାକୋଟୋ ଆଣିବାକୁ ଏଏଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ସରକାର

ଡାକୋଟୋ ଆଣିବାକୁ ଏଏଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ସରକାର

ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପ୍ରଦର୍ଶିତ ହେବ ଡାକୋଟା

The Statesman

ଭୁବନେଶ୍ବର: ବିଜୁ ବାବୁଙ୍କ ପ୍ରିୟ ବିମାନ ଡାକୋଟାକୁ ରାଜ୍ୟ ସରକାର ଓଡ଼ିଶାକୁ ଫେରାଇ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଡାକୋଟା କିପରି ଯଥା ସମ୍ଭବ ଶୀଘ୍ର ଓଡ଼ିଶା ଫେରିବ ସେଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଏଏଆଇ ରାଜ୍ୟ ସରକାରଙ୍କୁ ଏନେଇ ସହଯୋଗ କରିବା ସହ ଆବଶ୍ୟକ ଅନୁମତି ଦେବାକୁ କୁହାଯାଇଛି। ରାଜ୍ୟ ସରକାର କୋଲକାତାରେ ଥିବା ଡାକୋଟା ବିମାନ ଡିସି-୩ (ଭିଟି-ଏୟୁଆଇ)କୁ କିଣିକି ଆଣିବାକୁ ରାଜି ଅଛନ୍ତି ବୋଲି ଏଏଆଇ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଏହି ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଡାକୋଟା ବିମାନକୁ ଭୁବନେଶ୍ବର ବିମାନବନ୍ଦରର ଟର୍ମିନାଲ-୧ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe