ଏସ୍‌ଏସ୍‌ବି ଅଧ୍ୟକ୍ଷ ହେଲେ ଦକ୍ଷ ପ୍ରସାଦ ନନ୍ଦ

Advertisment
ଏସ୍‌ଏସ୍‌ବି ଅଧ୍ୟକ୍ଷ ହେଲେ ଦକ୍ଷ ପ୍ରସାଦ ନନ୍ଦ

କଟକ : ଓଡ଼ିଶା ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ (ଏସ୍‌ଏସ୍‌ବି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ଦକ୍ଷ ପ୍ରସାଦ ନନ୍ଦ। ଡକ୍ଟର ନନ୍ଦ ଆଜି ଭୁବନେଶ୍ୱର ୟୁନିଟ୍‌-୨ ସ୍ଥିତ କାର୍ଯ୍ୟାଳୟକୁ ଯାଇ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡକ୍ଟର ନନ୍ଦଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଡକ୍ଟର ନନ୍ଦ ପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସଭାପତି, ଧନ୍ଦାମୂଳକ ଶିକ୍ଷା ବିଭାଗର ନିର୍ଦ୍ଦେଶକ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରି ୨୦୧୭, ଜୁଲାଇ ୩୧ରେ ଅବସର ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe