ଦିଲ୍ଲୀକୁ ଯୁବତୀ ଚାଲାଣ: ଦଲାଲ୍‌ ଗିରଫ, ନାମ ବଦଳାଇ କୁଆରମୁଣ୍ଡାରେ ଲୁଚିଥିଲା                                                                 

Advertisment
ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲା : ଗିରଫ କିରାଣି ନିଲମ୍ବିତ

ରାଉରକେଲା: ଚାନ୍ଦିପୋଷ ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଦିଲ୍ଲୀ ଚାଲାଣ କରିଥିବା ଜଣେ ଯୁବକ ଗିରଫ ହୋଇଛି। ଦିଲ୍ଲୀର ଜଣେ ଘରୋଇ ମାଲିକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେ ଯୁବତୀଙ୍କୁ ଛାଡ଼ି ଚାଲି ଆସିଥିଲେ। ନିଜର ନାମ ଓ ପରିଚୟ ବଦଳାଇ ସେ ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡାରେ ରହୁଥିବା ବେଳେ ପୁଲିସ ତାକୁ ଗିରଫ କରିଛି।

ହାତୀଓଡ଼ା ଗ୍ରାମ କୁସୁମଟୋଲାର ରାମ ଲୋହାର (୩୫) ଦିଲ୍ଲୀରେ ଚାକିରିର ପ୍ରଲୋଭନ ଦେଖାଇ ଏହି ଯୁବତୀଙ୍କୁ ଗତ ମାର୍ଚ୍ଚ ମାସରେ ଦଲାଲ ହାତରେ ଟେକିଦେଇ କୌଶଳକ୍ରମେ ସେଠାରୁ ଚାଲିଆସିଥିଲା।  ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ୫ ମାର୍ଚ୍ଚ ୨୦୨୦ ତାରିଖରେ ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ ହୋଇଥିଲ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିଲା  ରାମ ଲୋହାର ନିଜ ପରିଚୟ ବଦଳ କରି ନିଜକୁ କୁଶଳ ତିର୍କୀ  କହି କୁଆରମୁଣ୍ଡା ଅଞ୍ଚଳରେ ଆତ୍ମଗୋପନ କରି ରହିଥିଲେ।  ଏକ ବିଶ୍ୱସ୍ତସୂତ୍ରରୁ ପୁଲିସ ଜାଣିପାରି ଅତର୍କିତ ଭାବେ ଚଢ଼ଉ କରି ରାମ ଲୋହାରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe