ବର୍ଷାରେ ଡାଳୁଅଧାନ ନଷ୍ଟ

ବର୍ଷାରେ ଡାଳୁଅଧାନ ନଷ୍ଟ

ଦଶରଥପୁର: ଗତ ସପ୍ତାହର ଅଦିନିଆ ବର୍ଷାରେ ଦଶରଥପୁର ବ୍ଲକ୍‌ର ବୈତରଣୀ ଓ କାଣୀ ନଦୀ କୂଳିଆ ୧୫ଟି ପଞ୍ଚାୟତରେ ଡାଳୁଅ ଧାନ ଚାଷ ନଷ୍ଟ ହୋଇଛି। ଅଦିନିଆ ବର୍ଷା ଯୋଗୁଁ କୟାଁ, କମାରଡିହି, ଖାନନଗର, ନିଜାମପୁର, ଦତ୍ତପୁର, ଥାଲକୁଡ଼ି, ବିରିପଟା ପ୍ରଭୃତି ପଞ୍ଚାୟତରେ ଡାଳୁଅ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଚାଷ ଜମିରେ ବର୍ଷାପାଣି ଜମି ରହିଛି। ଜଳ ନିଷ୍କାସନ ହୋଇପାରୁ ନଥିବାରୁ ପାଚିଲା ଧାନ ଗଜା ହେଲାଣି। କଟା ହୋଇଥିବା ଧାନ କ୍ଷେତରେ ପଚିବାକୁ ବସିଲାଣି।

ନିଜାମପୁର ପଞ୍ଚାୟତ ନଛେନ୍ଦ୍ରପୁର ଗ୍ରାମର ବିଶ୍ୱଭୂଷଣ ବିଶ୍ୱାଳ ପ୍ରାୟ ୨୦ ଏକର ଧାନ ଚାଷ କରିଥିଲେ। ଅଧିକାଂଶ ଜମିରେ କଟା ହୋଇଥିବା ଧାନ ଗଜା ହୋଇଯାଇଛି।ଅନ୍ୟପକ୍ଷରେ ପାଣିପାଗ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଓ ବର୍ଷାରେ ଅବଶିଷ୍ଟ ଧାନ ନଷ୍ଟ ହୋଇଯିବ ବୋଲି ଚାଷୀକୂଳ ଆଶଙ୍କା କରୁଛନ୍ତି। କୃଷିବିଭାଗ ପକ୍ଷରୁ ତଦନ୍ତ କରାଯାଇ ଗତ ସପ୍ତାହ ବର୍ଷାରେ କ୍ଷତି ହୋଇଥିବା ଡାଳୁଅ ଧାନ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe