ଜଳସେଚନ ବିଭାଗର ନିମ୍ନମାନର କାମ, ୩ ବର୍ଷ ହେଲା ଭାଙ୍ଗିଯାଇଛି ନଦୀବନ୍ଧ

Advertisment
ଜଳସେଚନ ବିଭାଗର ନିମ୍ନମାନର କାମ, ୩ ବର୍ଷ ହେଲା ଭାଙ୍ଗିଯାଇଛି ନଦୀବନ୍ଧ

ଖିଚିଂ: କୃଷିର ଉନ୍ନତି ପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି। ଜଳସେଚନ ବ୍ୟବସ୍ଥାଠାରୁ ଆରମ୍ଭ କରି ନଦୀବନ୍ଧ ନିର୍ମାଣ ହେଉଛି। ହେଲେ ଚାଷୀମାନେ ଉପକୃତ ହୋଇ ପାରୁ ନାହାନ୍ତି। କାରଣ ପ୍ରକଳ୍ପ କାମ ନିମ୍ନମାନର ହେଉଛି ଏବଂ ସେଗୁଡ଼ିକ ଭାଙ୍ଗିଯାଉଛ। କେଉଁଠି କେଉଁଠି ପ୍ରକଳ୍ପ କାମ ଅଧା ହୋଇପଡ଼ିଛି।

ସେମିତି ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍‌ ଅଞ୍ଚଳରେ। ଶୁକୃଳି ମୁଖ୍ୟ ବଜାରଠାରୁ ୧ କିମି ଦୂର ରାଉତାଳିପାଟ ଗ୍ରାମ ନିକଟ କଣ୍ଟାଖଇରୀ ନଦୀ ପୋଲ ତଳେ ଏକ ନଦୀବନ୍ଧ ନିର୍ମାଣ କରାଯାଇଥିଲା। ଏହା ଭିତରେ ବନ୍ଧ ଏକାଧିକଥର ଭାଙ୍ଗିବା ସହ ମରାମତି କରାଯାଇଛି। ତେବେ ନିମ୍ନମାନର କାମ ଯୋଗୁଁ ବନ୍ୟା ପାଣି ଆସିଲେ ଏହି ବନ୍ଧ ଭୁଶୁଡ଼ି ପଡୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଗତ ୩ ବର୍ଷ ହେଲା ବନ୍ଧ ଭାଙ୍ଗିପଡ଼ିଥିଲେ ବି ମରାମତି ହୋଇ ପାରିନି। ଏନେଇ ବିଭାଗୀୟ ଯନ୍ତ୍ରୀ ଶାନ୍ତିଲତା ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଖୁବ୍‌ଶୀଘ୍ର ବନ୍ଧର ମରାମତି କାମ ହେବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe