ନୂଆ ଦଳ ନେଇ ମୁହଁ ଖୋଲିବା ପରେ ଦାମ ଖେଜୁଛନ୍ତି ‘ଚିହ୍ନ’

Advertisment
ସମବାୟ ମନ୍ତ୍ରୀଙ୍କୁ ଦାମଙ୍କ ଟାର୍ଗେଟ: ଭାଇ ସଭାପତି ଥିଲେ ବୋଲି କାର୍ଯ୍ୟାନୁଷ୍ଠାନ ହେଉନି

ଭୁବନେଶ୍ୱର: ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ ଖୁବ୍‌ ଶୀଘ୍ର ଦାମଙ୍କ ନୂଆ ଦଳ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି  ବରିଷ୍ଠ ବିଧାୟକ ଡା.ଦାମୋଦର ରାଉତ କହିଛନ୍ତି । ଗତକିଛି ଦିନ ତଳେ ଦାମ ରାଉତ ନୂଆ ଦଳ ନେଇ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲି କହିଥିଲେ। ଏବଂ ଦଳରେ କିଏ କିଏ ରହିବେ ସେନେଇ କିଛି ସ୍ପଷ୍ଟ ସୂଚନା ଦେଇ ନ ଥିଲେ । ଏହାସତ୍ତ୍ୱେ ବି ଦଳରୁ ବହିଷ୍କୃତ ହୋଇଥିବା କିଛି ନେତା ଏବଂ ବିଜୁ ଅନୁଗତମାନେ ଦାମ ରାଉତଙ୍କ ନୂଆ ଦଳର ସେନାଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି।

ଦାମଙ୍କ କହିବା ମୁତାବକ ରାଜ୍ୟରେ ଗୋଟେ ଆଞ୍ଚଳିକ ଦଳ ଗଢ଼ିବା ପାଇଁ ଯେଉଁ ସବୁ ପ୍ରକ୍ରିୟାର ଆବଶ୍ୟକତା ରହିଥାଏ ସେ ସବୁକୁ ନେଇ ନୂଆ ଦଳର କିଛି ଅନୁଗତ ଦିଲ୍ଲୀ ଯାଇଥିଲେ ଏବଂ ସେଠାରେ ଜାତୀୟ ନିର୍ବାଚନ କମିସନଙ୍କ ସହ ସମସ୍ତ ଆଲୋଚନା କରିଛନ୍ତି । ଦଳ ପାଇଁ କେଉଁ ଚିହ୍ନ ରହିବ ନିର୍ବାଚନ କମିସନଙ୍କ ଅନୁମତି କ୍ରମେ କିଛି ଚିହ୍ନକୁ ବଛା ଯାଇଛି । ଦଳର କିଛି ସଦସ୍ୟ ଗତକାଲି ରାତିରେ ଦିଲ୍ଲୀରୁ ଫେରିଛନ୍ତି । ଏ ନେଇ ଖୁବଶୀଘ୍ର ବୈଠକ ବସିବ ଏବଂ ଦଳର ଚିହ୍ନ ଏବଂ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଦାମ କହିଛନ୍ତି। ଅନ୍ୟପଟେ ତାଙ୍କ ନୂଆ ଦଳରେ ନାମ ବିଜୁ ବାବୁଙ୍କ ନାମରେ ହିଁ ରହିବ ବୋଲି ବାରମ୍ବାର କହୁଛନ୍ତି । ଆସନ୍ତା ୨୦୧୯ ନିର୍ବାଚନରେ ମଇଦାନକୁ ଓହ୍ଲାଇ ବିଜେଡ଼ି ବିରୋଧରେ ଲଢ଼େଇ କରିବେ ବୋଲି ଦାମ ଅଣ୍ଟା ଭିଡୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe