ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା; ଅଧବାଟରେ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

Advertisment
ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା; ଅଧବାଟରେ ଅଟକିଲା ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

ଉମରକୋଟ: ଦୁର୍ଗମ ଅଞ୍ଚଳରେ ବିପର୍ଯ୍ୟସ୍ତ ରାସ୍ତା । ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ ଗୁରୁତର ରୋଗୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୂର୍ସି ପଂଚାୟତର ରାବନାଗୁଡା ଗ୍ରାମରେ । ସଂପୃକ୍ତ ଗ୍ରାମର ମନଦେଇ ଭତ୍ରା ନାମକ ଜଣେ ମହିଳା ଗୁରୁତର ଭାବେ ଜ୍ୱରରେ ପୀଡିତ ଥିବାବେଳେ ଆମ୍ବୁଲାନ୍ସ ଡକା ଯାଇଥିଲା । ହେଲେ ବିପର୍ଯ୍ୟସ୍ତ ଓ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ରାବନାଗୁଡା ପାଖରେ ପହଂଚି ନପାରି ଗ୍ରାମର ୨ କିଲୋମିଟର ଦୂର ଜାମଧୋଡ଼ି ନିକଟରେ ଅଟକି ରହିଥିଲା। ତେବେ ଗ୍ରାମର କେତେକ ଲୋକ ଖଟିଆ ସାହାଯ୍ୟରେ ରୋଗୀକୁ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ।

ତେବେ ମରାମତି ପାଇଁ ବାରମ୍ବାରର ସରପଞ୍ଚଙ୍କୁ ଅଭିଯୋଗ କଲା ପରେ ମଧ୍ୟ ରାସ୍ତା ତିଆରି ହେଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି, ଯଦି ତୁରନ୍ତ ଏହି ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରାନଯାଏ, ତେବେ ଗ୍ରାମବାସୀ ଆନ୍ଦୋଳନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe