୨ ବ୍ରିଜର ଗାର୍ଡୱାଲ ଭାଙ୍ଗିଲା: ବିପଦକୁ ନିମନ୍ତ୍ରଣ

Advertisment
୨ ବ୍ରିଜର ଗାର୍ଡୱାଲ ଭାଙ୍ଗିଲା: ବିପଦକୁ ନିମନ୍ତ୍ରଣ

ଜୟପୁର:  ବିଶାଖାପାଟଣାରୁ ରାୟପୁର ଯାଇଥିବା ଜାତୀୟ ରାଜପଥ ୨୬ କୋରାପୁଟ  ଜିଲ୍ଲାର ଲାଇଫଲାଇନ୍ ରାସ୍ତା। ଏହି ରାସ୍ତାରେ ରଣ୍ଡାପାଲ୍ଲୀ-ଆମ୍ବାଗୁଡା ବିଜେ-୨ ମଝିରେ ଥିବା ବ୍ରିଜର ଡାହାଣ ପାର୍ଶ୍ବର ଗାର୍ଡ ୱାଲ ୧୦୦ମିଟର ଦୀର୍ଘ ଦିନ ହେବ ଭାଙ୍ଗି ଯାଇଛି। ସେଭଳି ଜୟନ୍ତଗିରୀ ପାର୍ଶ୍ବ ଦେଇ ଯାଇଥିବା ମୁଖ୍ୟକେନାଲ ଉପରେ ଥିବା ବ୍ରିଜର ବାମ ପାର୍ଶ୍ବର ଗାର୍ଡ ୱାଲ ବି ଭାଙ୍ଗି ଯାଇଛି।

ଏଠାରେ ପୁଣି କେନାଲ ପାର୍ଶ୍ବ ଦେଇ ବିଭିନ୍ନ ଗାଁକୁ ଯିବାକୁ ରାସ୍ତା ବି ରହିଛି। ଏପରିକି ଦୁଇଟି ଗାଡି ଅତିକ୍ରମ କରିବା ସମୟରେ ଏହି ୨ଟି ଯାକ ବ୍ରିଜରେ ଗାର୍ଡ ୱାଲ ନଥିବାରୁ ଛୋଟ ବଡ଼ ଦୁର୍ଘଟଣା ବି ହେବା ନଜିର ରହିଛି। ଶନିବାର ମଧ୍ୟାହ୍ନରେ ଜୟନ୍ତଗିରୀ ବ୍ରିଜ ନିକଟରେ ଗୋଟିଏ ବଲେରୋ ଗୋଟିଏ ଗାଡିକୁ ରାସ୍ତା ଦେବାକୁ ଯାଇ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଗାର୍ଡ ୱାଲ୍ ନଥିବା ସ୍ଥାନରେ ଖସି ପଡ଼ିଥିଲେ। ତେବେ ଭାଗ୍ୟବଶତଃ କେନାଲ ମଧ୍ୟକୁ ଗାଡ଼ି ଖସି ନଥିଲା। ସେଭଳି ଶୁକ୍ରବାର ରଣ୍ଡାପାଲ୍ଲୀ ବ୍ରିଜ ନିକଟରେ ବି ଜଣେ ବାଇକ ଚାଳକ ବ୍ରିଜ ଉପରୁ ତଳକୁ ଖସି ପଡ଼ି ଗୁରୁତର ଆହତ ‌ହୋଇଥିବା ସୂଚନା ମିଳିଛି। ଉଭୟ ବ୍ରିଜର ଗାର୍ଡ ୱାଲ ନଥିବାରୁ ବିପଦକୁ ନିମନ୍ତ୍ରଣ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଚାଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe