ନିର୍ବାଚନ ପ୍ରଚାରକୁ ଓହ୍ଲାଇଲେ ଦାମ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ

Advertisment
ନିର୍ବାଚନ ପ୍ରଚାରକୁ ଓହ୍ଲାଇଲେ ଦାମ, ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ

କୁଜଙ୍ଗ : ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସପକ୍ଷରେ ସେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ନିର୍ବାଚନ ମଇଦାନରେ ଡା. ରାଉତଙ୍କ ଏହି ଆବିର୍ଭାବ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଡା. ରାଉତ ଏକ ଖୋଲାଜିପ୍‌ରେ ବସି କୁଜଙ୍ଗ ବ୍ଳକ୍‌ ଅନ୍ତର୍ଗତ ବାଗୋଇ ଏବଂ ଗରେଇ ପଞ୍ଚାୟତରେ ଏକ ମୋଟରସାଇକଲ୍‌ ଶୋଭାଯାତ୍ରାରେ ସାମିଲ୍‌ ହୋଇଥିଲେ। ବାଗୋଇ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରଭାଞ୍ଜଳୀ ସେଠୀ, ସମିତିସଭ୍ୟା ପ୍ରାର୍ଥୀ ସତ୍ୟରାଣୀ ବେହେରାଙ୍କ ସପକ୍ଷରେ ସେ ପ୍ରଚାର କରିଥିଲେ। ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ବାଗୋଇ ତାଙ୍କୁ ସର୍ବାଧିକ ଭୋଟ ଦେଇ ଆସୁଥିଲା ଏବଂ ପଞ୍ଚାୟତବାସୀଙ୍କ ହୃଦୟ‌ରେ ଏବେବି ସେହି ଭଲ ପାଇବା ଅତୁଟ ରହିଛି। ତେଣୁ ଏହି ଦୁଇ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ସେ ନିବେଦନ କରିଥିଲେ। ପରେ ଡ. ରାଉତ ଗରେଇ ପଞ୍ଚାୟତରେ ପହଞ୍ଚିବା ପରେ ସେଠାରେ ସରପଞ୍ଚ ପ୍ରାର୍ଥୀ ଦୀପ୍ତିମୟୀ ଲେଙ୍କା, ସମିତିସଭ୍ୟା ପ୍ରାର୍ଥୀ ଅମ୍ବିକା ବିଶ୍ୱାଳଙ୍କ ପାଇଁ ପ୍ରଚାର କରିଥିଲେ। ଉଲ୍ଲେଖ‌ଯୋଗ୍ୟ ଯେ ଡା. ରାଉତ ବିଜେପି ଛାଡିଥିଲେ ହେଁ ଏପର୍ଯ୍ୟନ୍ତ ବିଜେଡିରେ ଯୋଗ ଦେଇନାହାନ୍ତି। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe