ଜୟନ୍ତୀରେ ଦାମଙ୍କ କଟାକ୍ଷ: ରାଜନୀତି କଲେ ବ୍ୟବସାୟ ଲୋଭ ଛାଡ଼

Advertisment

ଦୂରେଇ ରହିଲେ ‌ପାରାଦୀପ ପୌରାଧ୍ୟକ୍ଷ ଓ ସମର୍ଥକ

ଦୂରେଇ ରହିଲେ ‌ପାରାଦୀପ ପୌରାଧ୍ୟକ୍ଷ ଓ ସମର୍ଥକ

ଜୟନ୍ତୀରେ ଦାମଙ୍କ କଟାକ୍ଷ: ରାଜନୀତି କଲେ ବ୍ୟବସାୟ ଲୋଭ ଛାଡ଼

ଜଗତସିଂହପୁର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ୮୧ ତମ ଜୟନ୍ତୀ ପାଳନକୁ ନେଇ ପାରାଦୀପ ରାଜନୀତି ଆଜି ଉଷ୍ମ ହୋଇଛି। କୁଜଙ୍ଗ ଓ ପାରାଦୀପ ଅଞ୍ଚଳରେ ଦାମଙ୍କ ଜୟନ୍ତୀ ପାଳନ ହୋଇଥିବା ବେଳେ ଏଥିରେ ଅନେକ ବରିଷ୍ଠ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନେକ ପ୍ରଭାବଶାଳୀ ବିଜେଡି ନେତା କିନ୍ତୁ ଏଥିରୁ ଦୂରେଇ ରହିଥିଲେ। କାର୍ଯ୍ୟକ୍ରମରେ ଦାମଙ୍କ କଟାକ୍ଷ ଉପରେ ସମସ୍ତଙ୍କ ନଜର ରହିଥିଲା। କିନ୍ତୁ ନିଜ ଜନ୍ମଦିନରେ ଯଦିଓ ଦାମ ଆଜି କାହାରିକୁ ସିଧାସଳଖ ସମାଲୋଚନା କରି ନଥିଲେ କିନ୍ତୁ ପରୋକ୍ଷରେ ନିର୍ଦ୍ଦିଷ୍ଟ ବିଜେଡି ନେତାଙ୍କୁ ଆକ୍ଷେପ କରାଇବାକୁ ପଛାଇ ନଥିଲେ।

ପାରାଦୀପ ବିଜୁ ପଟ୍ଟନାୟକ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ବିଜେଡି ନେତା ସୁମନ୍ତ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଦାମ କହିଥି‌ଲେ ଯେ, ରାଜନୀତିକୁ ବ୍ରତ କରୁଥିବା ବ୍ୟକ୍ତି ବ୍ୟବସାୟ ପ୍ରତି ଆଦୌ ଲାଳାୟିତ ହେବା ଉଚିତ୍ ନୁହେଁ। ଏମିତି ହେଲେ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେବେ। ଷଣ୍ଢକୁଦରେ ହେଉଥିବା ଏନଆର୍‌ଏଲ୍ ପ୍ରକଳ୍ପକୁ ବିରୋଧ କରୁଥିବା ସାଧାରଣ ଲୋକଙ୍କ ନାଁରେ ଆଜି ମାମଲା ରୁଜୁ କରାଯାଇଛି। ଏହି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବ କିଏ? ଆଜି ପର୍ଯ୍ୟନ୍ତ ଆଇଓସିଏଲ, ଇଫ୍‌କୋ, ଏଏମ୍/ଏନ୍ଏସ୍‌ ଭଳି ବଡ଼ ବଡ଼ ଶିଳ୍ପ ପୌରପାଳିକା ଅଧୀନକୁ ଆସିପାରୁ ନାହିଁ। ଏଣୁ ପୌର ପ୍ରଶାସନ କରୁଛି କଣ ବୋଲି ସେ ପ୍ରଶ୍ନ କରିଥିଲେ।

ଗୋଟିଏପଟେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ତାଙ୍କର ସହଯୋଗୀ ଏସବୁ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ବେଳେ ଦାମ ପୌରପାଳିକାର କାର୍ଯ୍ୟକୁ ନେଇ ପ୍ରଶ୍ନ କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe