ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗ ଦେଲେ

ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗ ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗଦାନ କରିଛନ୍ତି। ଆଜି ତାଂକର ସମର୍ଥକମାନଙ୍କ ସହ ଭୁବନେଶ୍ବର ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ଗତ ୧୬ ବର୍ଷ ଧରି ସେ ବିଜେଡିରେ ଜଣେ ସକ୍ରିୟ ଓ ଶୃଙ୍ଖଳିତ କର୍ମୀ ଭାବେ କାମ କରୁଥିଲେ ମଧ୍ୟ ତାଂକୁ ଦଳ ଅଣଦେଖା କରିଛି। ତେଣୁ ସେ ତାଂକ ଅଂଚଳର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଜିଲ୍ଲାର ଦୁଇ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଏବଂ ଡମ୍ବରୁ ଶିଶା ବିଜେଡି ଛାଡିବା ପରେ ବିଜେଡି ପ୍ରଭାବିତ ହୋଇପାରେ ବୋଲି କୁହାଯାଉଥିଲେ ମଧ୍ୟ ବିଜେଡି ଏହାକୁ ଅସ୍ବୀକାର କରିଛି। ଏମାନେ ଦଳ ଛାଡିଲେ ମଧ୍ୟ ବିଜେଡିରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ଦୃଢକ୍ତି ପ୍ରକାଶ କରିଛି। ବିଜେଡି ଏଥର ଦୁଇଟି ଯାକ ଆସନରେ ବିଜୟୀ ହେବ ବୋଲି ଦଳ ତରଫରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe