ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ: ପରିବାର କଲ୍ୟାଣ ନିର୍ଦ୍ଦେଶକ

Advertisment
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇନାହିଁ: ପରିବାର କଲ୍ୟାଣ ନିର୍ଦ୍ଦେଶକ

image source:newsliveodisha.in

ଭୁବନେଶ୍ବର: ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି। ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି। ଏହି ନୂଆ ଭୁତାଣୁକୁ କୋଭିଡ ଟିକା ରୋକିବ କି ନାହିଁ ତାହା ଅନୁଧ୍ୟାନ ଚାଲିଛି।
ଦ୍ବିତୀୟ ଡୋଜ ନେବା ପରେ ସଂକ୍ରମଣ କମ ହେବା ଆଶଙ୍କା ।ତେଣୁ ୨ୟ ଡୋଜ ନିଅନ୍ତୁ।ଘରୋଇ ହସ୍ପିଟାଲକୁ ଟିକା ଦେବେ ନାହିଁ ରାଜ୍ୟ ସରକାର। ଟିକା ଉତ୍ପାଦନ ସଂସ୍ଥା ଠାରୁ ଘରୋଇ ହସ୍ପିଟାଲ ୬୦୦ ଟଙ୍କାରେ ଟିକା କିଣିବେ। ୧୩କୋଟିରୁ ଅଧିକ ଟିକା ଭାରତବର୍ଷରେ ଦିଆ ସରିଛି। ଓଡ଼ିଶାରେ ୫୪ ଲକ୍ଷ ଡୋଜ କରାଯାଇଛି। ଟିକା ନେଲେ ମୃତ୍ୟୁ ହାର କମ୍ ରହିବ ଅଧିକ ସଂକ୍ରମଣ ହେବ ନାହିଁ । ଓଡ଼ିଶାରେ ଟିକାର ପ୍ରଥମ ଡୋଜ ନେଇ ପାଖାପାଖି ୫୦ଜଣ ସଂକ୍ରମଣ ହେଇଛନ୍ତି। ଦ୍ୱିତୀୟ ଡୋଜ ନେଲେ ସଂକ୍ରମଣ ହେବ ନାହିଁ। ଶନି ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ। ସୋମବାର ଠାରୁ ଶୁକ୍ରବାର ଟୀକା କରଣ ଚାଲୁରହିବ। ଟିକା ଅଭାବରୁ ୮୦୦ କେନ୍ଦ୍ର ବନ୍ଦ ଅଛି। ୧୮ବର୍ଷରୁ ୧ତାରିଖରୁ ଟିକାକରଣ ହେବ। ଏନେଇ ଭାରତ ସରକାର ଗାଇଡଲାଇନ ଦେଲେ ସେହି ଅନୁସାରେ ଟିକାକରଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe