ବିଜୁବାବୁଙ୍କୁ ଭାରତ ରତ୍ନ ଦାବି ଜୋର ହେଉ: ଦାମ

Advertisment
ବିଜେପିର ଲୋକସଭା ଆସନ ୩କୁ ଖସିବ: ଦାମ

Odisha Sun Times

ଭୁବନେଶ୍ବର : ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଆଜି ଶ୍ରୀ ରାଉତ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ଓଡ଼ିଶାର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ସ୍ବର୍ଗତ ପଟ୍ଟନାୟକଙ୍କୁ ମରଣୋତ୍ତର ଭାରତ ରତ୍ନ ଉପାଧି ଦେବା ପାଇଁ ସମ୍ମିଳିତ ଦାବି ଉପସ୍ଥାପନ କରିବା ଉଚିତ। ଭାରତ ସରକାର ଅତିତରେ ବହୁ ମହାନ ଜନନେତାଙ୍କୁ ମରଣୋତ୍ତର ଭାରତ ରତ୍ନପ ପ୍ରଦାନ କରିଛନ୍ତି। ‌ବିଜୁ ବାବୁଙ୍କର ଉତ୍କର୍ଷତା କାହାକୁ ଅଜଣା ନାହିଁ। ଶ୍ରୀ ରାଉତ ଦର୍ଶାଇଛନ୍ତି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ଓଡ଼ିଶା ସରକାର ଓ ବିଜୁ ଜନତା ଦଳକୁ ଶୃଙ୍ଖଳିତ ଆଚରଣ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସମାନ ଭାବେ ପ୍ରଶଂସା କରିଛନ୍ତି। ଏଭଳି ଏକ ଅନୁକୂଳ ପରିସ୍ଥିତିରେ ପ୍ରବାଦପୁରୁଷ ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବା ନେଇ ଉଦ୍ୟମ ଜୋର ହେବା ଆବଶ୍ୟକ ବୋଲି ଶ୍ରୀ ରାଉତ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe