ଦାନ କିଣିଲେ ବାଇକ୍‌

ଦାନ କିଣିଲେ ବାଇକ୍‌

ଭବାନୀପାଟଣା : ଦାନ ମାଝୀ ଏବେ ପୁଣି ଚର୍ଚ୍ଚାରେ। ଡାକ୍ତରଖାନାରେ ଗାଡ଼ିଟିଏ ନପାଇ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେଇଥିବା ଦାନ ଏବେ ନିଜ ପାଇଁ ବାଇକ୍‌ ଟିଏ କିଣିଛନ୍ତି। ପତ୍ନୀ ଅମାଙ୍ଗ ଦେଇଙ୍କ ମୃତ୍ୟୁ ପରେ ତାଙ୍କ ଶବ କାନ୍ଧରେ ବୋହି ନେଇ ଚର୍ଚ୍ଚିତ ହୋଇଥିବା ଦାନ ମାଝୀ ଅଲମତିଙ୍କୁ ତୃତୀୟ ବିବାହ କରିିଥିଲେ। ଏବେ ମଂଗଳବାର ଭବାନୀପାଟଣା ସହରରୁ ଆସି ନୂଆଁ ବାଇକ୍‌ଟିଏ କିଣି ପୁଣି ଖବର ପୃଷ୍ଠା ମଣ୍ଡନ କରିଛନ୍ତି। ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏକଦା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ନାକରୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ମେଲଘରା ଗ୍ରାମର ଦାନ ମାଝୀ ସ୍ତ୍ରୀ ଅମାଙ୍ଗ ଦେଈର ଶବକୁ ଧରି ୧୩ କିଲୋମିଟର ଚାଲିବା ଘଟଣା ସାରା ବିଶ୍ୱବାସୀଙ୍କୁ ହତଚକିତ କରିଥିଲା। ଦାନଙ୍କୁ ଏବେ ଫୁଲ୍‌ ପ୍ୟାଣ୍ଟ ସାର୍ଟ ପିନ୍ଧି ବାଇକ୍‌ରେ ବୁଲୁଥିବାର ଦେଖିବାକୁ ମିଳିବ। ଯେଉଁ ଦାନ ଦିନେ ଲୁଙ୍ଗି ପିନ୍ଧି ସରଳ ଜୀବନ ଯାପନ କରୁଥିଲେ ସେହି ଦାନ ଏବେ ଫୁଲପ୍ୟାଣ୍ଟ ସାର୍ଟ ପିନ୍ଧିବା ଆରମ୍ଭ କରିଛନ୍ତି। ଦାନ ମଙ୍ଗଳବାର ନୂଆ ସିବି ସାଇନ ରିବେଲରେଡ ହୋଣ୍ଡା ବାଇକ କ୍ରୟ କରିଛି। ଏହି ଗାଡ଼ିର ଅନରୋଡ଼ ମୁଲ୍ୟ ୬୫ ହଜାର ଓ ଆସେସେରି ବାବଦରେ ୨୬୦୦ ଟଙ୍କା ଏହିପରି ସମୁଦାୟ ୬୭ ହଜାର ୬୦୦ ନଗଦ ଟଙ୍କା ପ୍ରଦାନ କରି ଗାଡ଼ି ନେଇଥିଲେ ବୋଲି ସୋରୁମ ମାଲିକ ପ୍ରକାଶ କରିଛନ୍ତି। ତେବେ ଏହାକୁ ମଧ୍ୟ ବହୁ ଲୋକ ପସନ୍ଦ କରି ମନ୍ତବ୍ୟ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe