ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ନାଚଗୀତରେ ମସଗୁଲ ରାଇରଙ୍ଗପୁରବାସୀ

Advertisment
ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ନାଚଗୀତରେ ମସଗୁଲ ରାଇରଙ୍ଗପୁରବାସୀ

ରାଇରଙ୍ଗପୁର: ନବ ନିର୍ବାଚିତ ରାଷ୍ଟ୍ରପତି ମୟୁରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ସମାରୋହ ଉପଲକ୍ଷେ ରାଇରଙ୍ଗପୁର ବାସିନ୍ଦା ଆଜି ସକାଳୁ ନାଚଗୀତରେ ମସଗୁଲ ଥିବା ପରିଲକ୍ଷିତ ହୋଇଛି। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି।

publive-image

ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଶପଥ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଦ୍ରୌପଦୀଙ୍କ ଝିଅ, ଭାଇଭାଉଜଙ୍କ ସମେତ ଘନିଷ୍ଠ ବନ୍ଧୁମାନେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଆସନରେ ବସିବାଠାରୁ ଶପଥ ସମାରୋହର ଶେଷ ଯାଏ ସମସ୍ତେ ସାମିଲ ହେବେ। ଅନ୍ୟପକ୍ଷରେ ମାଟିର ଝିଅ ପାଇଁ ରାଇରଙ୍ଗପୁରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ରାଇରଙ୍ଗପୁର ପିସିଏମ୍ କଲ୍ୟାଣୀ ମଣ୍ତପଠାରେ ଦ୍ରୌପଦୀ ମୁର୍ମୁ ଶପଥ ପାଠ ନେବା ସମୟର ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି। ଏଥିପାଇଁ କଲ୍ୟାଣୀ ମଣ୍ଡପଠାରେ ଏକ ବଡ଼ ଏଲ୍ଇଡି ଟିଭି ଲଗାଯାଇଛି। ଲୋକେ ସେଠାରେ ରୁଣ୍ଡ ହୋଇଛନ୍ତି। ରାଇରଙ୍ଗପୁର ଗାନ୍ଧୀ ପାର୍କଠାରେ ନାଚଗୀତ, ବାଣ, ରୋଷଣୀ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe