ଡ୍ୟାନ୍ସ ରିଏଲିଟି ସୋ’ ‘ଆଇବିଡି’: ଟପ୍‌-୫ରେ ରାଉରକେଲାର ରୋଜା

Advertisment

‘ସୋନିଲିଭ୍‌ ଆପ୍‌’ରେ ଭୋଟିଂ କରିବାକୁ ଅନୁରୋଧ

‘ସୋନିଲିଭ୍‌ ଆପ୍‌’ରେ ଭୋଟିଂ କରିବାକୁ ଅନୁରୋଧ

ଡ୍ୟାନ୍ସ ରିଏଲିଟି ସୋ’ ‘ଆଇବିଡି’: ଟପ୍‌-୫ରେ ରାଉରକେଲାର ରୋଜା

ରାଉରକେଲା : ଘରୋଇ ଚାନେଲ ‘ସୋନି ଟିଭି’ରେ  ପ୍ରସାରିତ ଡ୍ୟାନ୍ସ ରିଏଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର (ଆଇବିଡି)-୨’ରେ ନିଜର ଜଲୱା ଦେଖାଇଛନ୍ତି ରାଉରକେଲାର ରୋଜା ରାଣା। ରବିବାର ପ୍ରସାରିତ ସୋ’ରେ ହିନ୍ଦୀ ଚଳଚ୍ଚିତ୍ର ‘ପୁକାର୍’ର କ୍ୟା ସେରା.. ଗୀତରେ ରୋଜା ଓ ସନମ୍‌ ‌ଯୋଡିଙ୍କ ଚିତ୍ତାକର୍ଷକ ନୃତ୍ୟ ତାଙ୍କୁ ଟପ୍‌-୫ରେ ସ୍ଥାନକୁ ଉନ୍ନୀତ କରିଛି। ଟପ୍‌-୫ରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ପୁନେର ସୌମ୍ୟା, କେରଳର ଜମୃଦ, ଆସାମର ରକ୍‌ତିମ୍‌ ଓ ରାଜସ୍ଥାନର ଗୌରବ। କିଛି ଦିନ ତଳେ ସେ ଶ୍ରେଷ୍ଠ -୧୨ତମ ସ୍ଥାନରେ ରହିଥିଲେ।  ନିଷ୍ଠା ଓ ବଳିଷ୍ଠ ଉଦ୍ୟମ ତାଙ୍କୁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ବାଟ ଦେଖାଇଛି।

ପୂର୍ବରୁ ଜି ଟିଭିରେ ପ୍ରସାରିତ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ରେ ବିଜୟ ମୁକୁଟ ପିନ୍ଧିଥିବା ରାଉରକେଲା ବାସନ୍ତୀ କଳୋନିର ରାଜସ୍ମିତା କରଙ୍କ ପରି ‘ଟପ୍‌-ୱାନ୍‌ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ରୋଜା। ତାଙ୍କୁ ଅଧିକରୁ ଅଧିକ ଭୋଟ ଦେଇ ବିଜୟୀ କରିବାକୁ ସେ ରାଉରକେଲା ବିଶେଷ କରି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ମୋବାଇଲରେ ‘ସୋନିଲିଭ୍‌ ଆପ୍‌’ ‌ଡାଉନ୍‌ଲୋଡ କରି ଭୋଟିଂ କରିହେବ। ଗୋଟିଏ ମୋବାଇଲରେ ୧୦୦ ଜଣ ଭୋଟିଂ କରି ପାରିବେ ବୋଲି ସେ କହିଛନ୍ତି। ରୋଜା ହିନ୍ଦୀ ଚଳଚ୍ଚିତ୍ରର ମାଧୁରୀ, କାଟ୍ରିନା ଓ କରିନା ପରି ଅନେକ ଅଭିନେତ୍ରୀଙ୍କର ସହ କୋରିଓଗ୍ରାଫ୍‌ର। ଆଗାମୀ ଦିନରେ ବଲିଉଡ଼ରେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫ୍‌ର ସ୍ବପ୍ନକୁ ସାକାର କରିବାକୁ ସଂକଳ୍ପ ନେଇଛନ୍ତି। ରାଉରକେଲାର କୋଏଲନଗର ସି ବ୍ଲକରେ ସ୍ବର୍ଗତ ଅଶୋକ ରଣା ଓ ଶିବାନୀ ରଣାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଜା।

publive-image

ପିଲାବେଳେୁ ରୋଜାଙ୍କର ନାଚ ପ୍ରତି ଥିଲା ‌ଅହେତୁକ ଦୁର୍ବଳତା। ଏଥିପାଇଁ ସେ ଦେଢ଼ ବର୍ଷ ବୟସରୁ ନାଚ ଶିଖିବା ଆରମ୍ଭ କରିଥିଲେ। ୪ ବର୍ଷ ବୟସରେ  ରୋଜା ତାଙ୍କ ମାଇଁଙ୍କ ସହାୟତାରେ ରାଉରକେଲାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ‌ରେ ଯୋଗଦେଇଥିଲେ। ମଞ୍ଚରେ ତାଙ୍କ ଦ୍ବାରା ପ୍ରଦର୍ଶିତ ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ରହିଥିଲା। ମଞ୍ଚରେ ତଳେ ବସିଥିବା ଶହ ଶହ ଦର୍ଶକଙ୍କ କରତାଳି ତାଙ୍କୁ ଆଗକୁ ବଢ଼ିବାକୁ ବାଟ ଦେଖାଇଥିଲା। ସେହି ଦିନଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ୨୦୦୩ରେ କୁନି ପିଲାମାନଙ୍କ ପାଇଁ ଆୟୋଜିତ ରିଏଲିଟି ସୋ’ ‘ବୋଗି ଓଗି’ରେ ଅଂଶଗ୍ରହଣ କରି ପ୍ରଥମ ରନର୍ସ ଅପ୍‌ ହୋଇଥିଲେ।

୨୦୦୬ରେ ସେହି ସମାନ କାର୍ଯ୍ୟକ୍ରମରେ ଯ‌ୋଗଦେଇ ରନର୍ସ ଅଫ୍‌ରେ ରହିଥିଲେ। ୨୦୦୯ରେ ଡ୍ୟାନ୍ସ ପ୍ରିମିୟର ଲିଗ୍‌, କ୍ରେଜି କିୟାରେ ପାଇଥିଲେ ସଫଳତା। ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ତାଙ୍କର ପ୍ରଦର୍ଶନ ମଧ୍ୟ କିଛି କମ୍‌ ନଥିଲା। ଟପ୍‌ -୭ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ନାଚ୍‌ ବଲିୟେ, ସୁପର ଡ୍ୟାନ୍ସର, ଫେମିନା ମିସ୍‌ ଡିବା ଆଦି ରିଏଲିଟି ସୋ’ରେ ତାଙ୍କର ଜଲ୍‌ବା ବି କିଛି କମ୍ ନଥିଲା। ବଲିଉଡର ମାଧୁରୀ ଦୀକ୍ଷିତ, କାଟ୍ରିନା କୈଫ୍‌, କରୀନା କାପୁର, ଟାଇଗର ସରଫ୍‌, ନୋରା, ପରିଣିତା ଚୋପ୍ରା, ବାଣି କାପୁର, ଭିକି କୌଶଳ, ଜାକ୍‌ଲିନ୍‌ ଫର୍ଣ୍ଣାଡିସ୍‌, ସୋନାକି ସିହ୍ନା ଆଦିଙ୍କ ସହ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe