ଅଶୁଭ ଅକ୍ଟୋବର: ଭୀଷଣ ରୂପରେ ‘ଦାନା’

Advertisment

ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’। ପ୍ରଭାବ ଆଜିଠାରୁ ଅନୁଭୂତ ହୋଇଛି। ଅପରାହ୍ନଠାରୁ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ବର୍ଷା ଲାଗିରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି।

ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’। ପ୍ରଭାବ ଆଜିଠାରୁ ଅନୁଭୂତ ହୋଇଛି। ଅପରାହ୍ନଠାରୁ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ବର୍ଷା ଲାଗିରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି।

gdjdgjdgjj

ଭୁବନେଶ୍ବର: ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’। ପ୍ରଭାବ ଆଜିଠାରୁ ଅନୁଭୂତ ହୋଇଛି। ଅପରାହ୍ନଠାରୁ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ବର୍ଷା ଲାଗିରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ସିଧାସଳଖ ପ୍ରଭାବ ଅନୁଭୂତ ହେଉଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକର ପାଗରେ ମଧ୍ୟ ପରିବର୍ତ୍ତନ ଆସିଛି। ରିପୋର୍ଟ ଲେଖାଯିବା ବେଳକୁ ବାତ୍ୟା ‘ଦାନା’ ପାରାଦୀପଠାରୁ ୩୩୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୬୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା‌ପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଭୀଷଣ ବାତ୍ୟା ରୂପରେ ୨୪ ତାରିଖ ମଧ୍ୟରାତ୍ରି ଓ ୨୫ ତାରିଖ ଭୋର ସୁଦ୍ଧା ଉପକୂଳ ଛୁଇଁବ। ବର୍ଷା ଓ ପବନର ପ୍ରଭାବ ୧୦ ଜିଲ୍ଲା ଉପରେ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ସେପଟେ ବାତ୍ୟା କେଉଁଠି ମାଡ଼ ହେବ ସେନେଇ ଭା‌ରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ। ୨୪ ତାରିଖ ମଧ୍ୟରାତ୍ରିରୁ ଲ୍ୟାଣ୍ଡ୍‌ଫଲ୍‌ ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ। ‘ଦାନା’ ଯେତେବେଳେ ସ୍ଥଳ ଭାଗ ଛୁଇଁବ ସେତେବେଳେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିଥିବ। ଭୀଷଣ ରୂପରେ ଆସୁଥିବା ‘ଦାନା’ ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ଜାରି ରହିବ। ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇ ଦିନ ଅତିପ୍ରବଳ ବର୍ଷା ହେବ। ତେବେ ସମୁଦ୍ର ଜୁଆରର ପ୍ରଭାବ ଉପକୂଳରେ ପଡ଼ିବ। ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ସମୁଦ୍ର ଜୁଆର ୧ରୁ ୨ ମିଟର ଅଧିକ ଉଚ୍ଚ ରହିବ। ଜଗତସିଂହପୁର ଜିଲ୍ଲାରେ ୦.୫ରୁ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି।

ଭିତରକନିକା-ଧାମରା ମଧ୍ୟ ଦେଇ ପଶିବ
ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି
କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପରେ ଆଖି
୨୪ ଅଧରାତିରେ ଘାଣ୍ଟିବ, ଦୁଇ ଦିନ ବର୍ଷିବ
ଦୁଇ ମିଟର ଉଚ୍ଚରେ ସମୁଦ୍ର ଜୁଆର ଉଠିବ
ପାରାଦୀପ, ଧାମରାରେ ୧୦ ନମ୍ବର ବିପଦସଙ୍କେତ

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ‘ଦାନା’ ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଆଜି ସନ୍ଧ୍ୟାଠାରୁ ପାଗରେ ପରିବର୍ତ୍ତନ ଆସିଛି। ଉପକୂଳବର୍ତ୍ତୀ 
ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। ଧୀରେ ଧୀରେ ପବନର ବେଗ ବଢ଼ିବ। ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ପବନର ବେଗ ସର୍ବାଧିକ ରହିବ। ଭୀଷଣ ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ମଧ୍ୟ ଆରମ୍ଭ ହୋଇଛି। ୨୪ ଓ ୨୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧାରେ ଅତିପ୍ରବଳ ବର୍ଷା ହୋଇପାରେ। ସ୍ଥାନେ ସ୍ଥା‌ନେ ଅତିରୁ ଅତିପ୍ରବଳ ବର୍ଷା(୨୦ରୁ ୩୦ ସେମି) ହେବାର ସମ୍ଭାବନା ରହିଛି। ବାତ୍ୟା ‘ୟସ୍‌’ ଭଳି ଏହାର ପ୍ରଭାବ ରହିବ। କଚ୍ଚାଘର ଭାଙ୍ଗିବା, ଗଛ ଉପୁଡ଼ିବା/ଭାଙ୍ଗିବା, ବିଦ୍ୟୁତ୍‌ଖୁଣ୍ଟି ଉପୁଡ଼ିବା, କଚ୍ଚାରାସ୍ତା ଧୋଇଯିବା, ବିପଦସଙ୍କୁଳ ଘର ଭାଙ୍ଗିବା, ଧାନ ଫସଲ ନଷ୍ଟ, ମାଟି ଅତଡ଼ା ଧସିବା ଭଳି ସମସ୍ୟା ଉପୁଜିପାରେ। ବିଦ୍ୟୁତ୍‌ଖୁଣ୍ଟ, ଟେଲିଫୋନ୍‌ଖୁଣ୍ଟ ବଙ୍କା ହୋଇଯିବାର ଆଶଙ୍କା ରହିଛି। ତେଣୁ ୨୪ ତାରିଖ ରାତିଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଲୋକେ ଯେତେ‌ଦୂର ସମ୍ଭବ ଘର ଭିତରେ ରୁହନ୍ତୁ। ପଦାକୁ ବାହାରନ୍ତୁ ନାହିଁ। ସମ୍ବେଦନଶୀଳ ଅଞ୍ଚଳକୁ ନ ‌ଯିବାକୁ ସେ ପରାମର୍ଶ ଦେଇଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଦାନା’ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୩ କିମି ବେଗରେ ଆଗକୁ ବଢ଼ୁଛି। ସନ୍ଧ୍ୟା ସାଢ଼େ ୫ଟା ବେଳକୁ ପାରାଦ୍ବୀପଠାରୁ ୪୨୦ କିମି ଦକ୍ଷିଣ-ପୂର୍ବ ଦିଗରେ, ଧାମରାଠାରୁ ୪୫୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ଓ ପଶ୍ଚିମବଙ୍ଗର ସାଗର ଦ୍ବୀପଠାରୁ ୫୦୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହାର ଗତି ଉତ୍ତରପଶ୍ଚିମ ଦିଗକୁ ରହିବା ସହ ଅଧିକ ଘନୀଭୂତ ହୋଇ ୨୪ ତାରିଖ ଭୋର ମଧ୍ୟରେ ଭୀଷଣ ବାତ୍ୟା ରୂପ ନେଇପାରେ। ତାହାକୁ ନଜରରେ ରଖି ସମୁଦ୍ରରେ କୌଣସି ପ୍ରକାର ମାଛ ଧରା କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପାରାଦୀପ ଓ ଧାମରା ବନ୍ଦରରେ ୧୦ ନମ୍ବର ଏବଂ ଗୋପାଳପୁର ବନ୍ଦରରେ ୮ ନମ୍ବର ବିପଦସଙ୍କେତ ଜାରି ହୋଇଛି।

ଅନ୍ୟପକ୍ଷରେ ସମୁଦ୍ରରେ ଜୀବନ ଓ ସମ୍ପତ୍ତି ସୁରକ୍ଷିତ ରଖିବାକୁ ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛି। ଘୂର୍ଣ୍ଣିଝଡ଼ ପ୍ରଭାବରୁ ଆସୁଥିବା କୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି। ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଜାହଜ, ବିମାନ, ରିମୋଟ୍‌ ଅପରେଟିଂ ଷ୍ଟେସନଗୁଡ଼ିକୁ ମତ୍ସ୍ୟଜୀବୀ ଏବଂ ନାବିକମାନଙ୍କୁ ନିୟମିତ ପାଣିପାଗ ଚେତାବନୀ ତଥା ସୁରକ୍ଷା ପରାମର୍ଶ ପ୍ରସାରଣ କରିବାକୁ କୁହାଯାଇଛି। ସମସ୍ତ ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି। ଆଇସିଜି ସମୁଦ୍ରରେ କୌଣସି ଜରୁରିକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା କରିବାକୁ ଏହାର ଜାହାଜ ଓ ବିମାନଗୁଡ଼ିକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖିଛି। ଏଥିସହ ଆଇସିଜି କର୍ମଚାରୀମାନେ ସ୍ଥାନୀୟ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଏକ ପ୍ରଭାବଶାଳୀ ପ୍ରତିକ୍ରିୟା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି। ସହାୟତା, ଉଦ୍ଧାର ଓ ରିଲିଫ୍‌ ଅଭିଯାନ ପାଇଁ ଆଇସିଜି ଏହାର ଉତ୍ସର୍ଗୀକୃତ ବିପର୍ଯ୍ୟୟ ପ୍ରଶମନ ଦଳକୁ ହାଇଆଲର୍ଟରେ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe