ମହାନଦୀରେ ଆସୁଛି ବନ୍ୟା: ଘଡ଼ିଆଳ ଶାବକଙ୍କୁ ବିପଦ

Advertisment
ମହାନଦୀରେ ଜନ୍ମ, ନନ୍ଦନକାନନରେ ବନ୍ଦୀ

ଅନୁଗୁଳ : ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର। ମହାନଦୀରେ ନିଷ୍କାସିତ ହେବ ଏ ବର୍ଷର ପ୍ରଥମ ବନ୍ୟାଜଳ। ମହାନଦୀ କୂଳିଆ ବାସନ୍ଦାଙ୍କ ପାଇଁ ଏହା ଯେତିକି ସତର୍କଘଣ୍ଟି ହୋଇଛି, ମହାନଦୀର ଜୈବ ବିବିଧତାପୂର୍ଣ୍ଣ ସାତକୋଶିଆ ଗଣ୍ଡରେ ଦୁଇ ମାସ ତଳେ ଜନ୍ମ ହୋଇଥିବା ପ୍ରାୟ ୩୦ ନୂଆ ଘଡ଼ିଆଳ ଶାବକଙ୍କ ସେତିକି ବିପଦ ଘନେଇଛି। ଗତବର୍ଷ ଏ ଗଣ୍ଡରେ ବିରଳ ପ୍ରଜାତିର ୨୮ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ। କିନ୍ତୁ, ଜନ୍ମ ହେବାର କେଇଟା ଦିନ ପରେ ମହାନଦୀର ବନ୍ୟାପାଣିରେ ପ୍ରାୟ ସବୁ ଛୁଆ ଭାସି ଗଲେ। ସେଥିରୁ ୩/୪ଟି ଶାବକ ଯଦିଓ ତଳମୁଣ୍ଡ ଓ ସମୁଦ୍ର ମୁହାଣରୁ ଉଦ୍ଧାର କରାଯାଇଥିଲା, ଅନ୍ୟ ପ୍ରାୟ ୨୫ଟି ଶାବକର ଚିହ୍ନବର୍ଣ୍ଣ ମିଳି ନଥିଲା। ଚଳିତବର୍ଷର ୩୨ନୂଆ ଛୁଆଙ୍କର ଜନ୍ମର ଦୁଇ ମାସ ପରେ ବନ୍ୟାପାଣି ଆସୁଥିବା ବେଳେ ଏମାନଙ୍କର ସୁରକ୍ଷା ନେଇ ବନ ବିଭାଗ ଚିନ୍ତା ପ୍ରକଟ କରିଛି।

ଗତବର୍ଷ ଶାବକ ଜନ୍ମ ହେବା ପରେ ପରେ ହିଁ ମହାନଦୀରେ ମାଡି ଆସିଥିବା ବନ୍ୟା ବିପଦ। ଶାବକମାନେ ବଡ଼ ହେବା ପୂର୍ବରୁ ବନ୍ୟାପାଣି ସେମାନଙ୍କୁ ତଳମୁଣ୍ଡକୁ ଭସାଇ ନେଇଥିଲା। ଗଣ୍ଡରେ ସେମାନଙ୍କର ଚିହ୍ନବର୍ଣ୍ଣ ମିଳିଲା ନାହିଁ। ଚଳିତ ବର୍ଷ ବନ୍ୟାପାଣି ଆସିବା ପୂର୍ବରୁ ୩୨ଟି ଶାବକଙ୍କ ମଧ୍ୟରୁ ୨୯ଟି ଗୋଳିଆ ପାଣିରେ ହଜିଗଲେଣି। ଦୁଇ ଦିନ ତଳେ କ୍ୟାମେରାରେ ମାତ୍ର ୩ଟି ଶାବକଙ୍କ ପତ୍ତା ମିଳିଥିବାବେଳେ ଅବଶିଷ୍ଟ ଆଉ ଦୃଶ୍ୟମାନ ହୋଇ ନାହାନ୍ତି ବୋଲି ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe