୫ ମହଲା ଉପରେ ବିପଦପୂର୍ଣ୍ଣ ରଙ୍ଗକାମ

Advertisment
୫ ମହଲା ଉପରେ ବିପଦପୂର୍ଣ୍ଣ ରଙ୍ଗକାମ

ଯାଜପୁରସଦର: ଶ୍ରମିକ ସୁରକ୍ଷା ପାଇଁ ଅନେକ କଟକଣା ଥିବାବେଳେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଣ୍ଡ ଉପରେ ସବୁ କଟକଣା ଫୁ’ ହୋଇଯାଇଛି। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରଙ୍ଗକାମ ସହ କିଛି ମରାମତି କରାଯାଉଛି। ଏଥିପାଇଁ ଆର ଆଣ୍ଡ ବି ଡିଭିଜନ ଅଧୀନରେ ଦେଢ଼କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି। ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଭଙ୍ଗା କାନ୍ଥକୁ ମରାମତି ନକରି ରଙ୍ଗ ମରାଯିବା ସହ ଗଛଲତା ଉଠିଥିବା କାନ୍ଥରେ ମଧ୍ୟ ରଙ୍ଗ ମରାଥିଲା।

ବର୍ତ୍ତମାନ ବିଭାଗୀୟ ଚାପ ଯୋଗୁ ଅସଂପୂର୍ଣ୍ଣ ରଙ୍ଗ କାମ କରାଯାଉଥିଲେ ହେଁ ଶ୍ରମିକଙ୍କ ଜୀବନ ବାଜିରେ ଲାଗିଥିବା ଦେଖିବାକୁ ମିଳିଛି। କାରଣ ୫ ମହଲା ଉପରେ ଛାତ କଡ଼ରେ ବିନା ସୁରକ୍ଷାରେ ଶ୍ରମିକମାନେ ରଙ୍ଗ ମାରୁଛନ୍ତି। ଟିକିଏ ଅସାବଧାନତାରେ ଦୁର୍ଘଟଣାର ଆଶଙ୍କା ରହିଛି। ମାତ୍ର ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ବ ନଦେଇ ଶ୍ରମିକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ଶ୍ରମ ବିଭାଗ ଅଧିକାରୀ ଅଧିକାଂଶ ସମୟ ଏହି କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଆଜି ବିପଦପୂର୍ଣ୍ଣ ଭାବେ ରଙ୍ଗ ଦେଉଥିବା ଶ୍ରମିକ କ୍ୟାମେରା ଦେଖି ଦୌଡ଼ି ପଳାଇଥିଲେ। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe