ଉଗ୍ରମୁଖା ବଙ୍ଗୋପସାଗର : ୩ ଶହ ଫୁଟ ଘେରିବନ୍ଧଭସାଇନେଲା

Advertisment
ଉଗ୍ରମୁଖା ବଙ୍ଗୋପସାଗର : ୩ ଶହ ଫୁଟ ଘେରିବନ୍ଧଭସାଇନେଲା

ରାଜନଗର : ବଙ୍ଗୋପସାଗର ଆଜି କୂଳ ଲଂଘିଛି। ସମୁଦ୍ରରେ ଉଚ୍ଚ ଜୁଆର ଉଠି ସାତଭାୟାର ସୁରକ୍ଷା କବଚ ଲୁଣାଘେରି ବନ୍ଧକୁ ଭସାଇ ନେଇଛି। ସାତଭାୟା ନିକଟରେ ଭେଡ଼ା ମଧ୍ୟକୁ ଜୁଆର ପାଣି ପ୍ରବେଶ କରିଛି। ମା’ ପଞ୍ଚୁବରାହୀ ମନ୍ଦିର ନିକଟରେ ଓ ସାତଭାୟାର ଶେଷ ମୁଣ୍ଡର କାଦୁଆନାଶୀ ନିକଟରେ ଦୁଇ ପଟରେ ସମୁଦ୍ର ଜୁଆର ସାତଭାୟା ମଧ୍ୟକୁ ପ୍ରବେଶ କରୁଥିବା ବେଳେ ବାଉଁଶଗଡ଼ ନଦୀ ଜୁଆର ମଧ୍ୟ ଘେରିବନ୍ଧ ଡେଇଁ ଚାଷ ଜମିକୁ ପ୍ରବେଶ କରୁଛି। ୫ ଶହ ଏକରରୁ ଅଧିକ ଚାଷ ଜମିରେ ଲୁଣା ଜୁଆର ମାଡ଼ି ଯାଇଛି।

ଲଘୁଚାପ ଯୋଗୁଁ ସାତଭାୟା ନିକଟରେ ଗତ ଦୁଇଦିନ ହେଲା ବଙ୍ଗୋପସାଗରରେ ଉଚ୍ଚ ଜୁଆର ଉଠି ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଦୁଇବର୍ଷ ତଳେ ତଟବନ୍ଧ ବିଭାଗ ପକ୍ଷରୁ ଏହି ସାତଭାୟା ଲୁଣା ଘେରିବନ୍ଧର ପୁନଃନିର୍ମାଣ କରାଯାଇଥିଲା। ମାତ୍ର ସମୁଦ୍ର ଜୁଆର ଏହି ଲୁଣା ବନ୍ଧ ଉପରେ କ୍ରମାଗତ ଭାବେ ମାଡ଼ ନେବା ଯୋଗୁଁ ବନ୍ଧ ଧୋଇହେବାରେ ଲାଗିଛି। ଏଥିସହ ମା’ଙ୍କ ମନ୍ଦିର ନିକଟରେ ସମୁଦ୍ରର ଉଚ୍ଚ ଜୁଆର ପ୍ରାୟ ୩ଶହ ଫୁଟ ଲୁଣା ଘେରିବନ୍ଧକୁ ଭସାଇ ନେଇଛି। ପୂର୍ବରୁ ଘେରିବନ୍ଧକୁ ସୁଦୃଢୀକରଣ କରାଯିବା ସହ ବହ୍ଲା ଓ ବାଲିବସ୍ତା ଦିଆଯାଇ ସୁରକ୍ଷିତ କରାଯାଇଥିଲା। ମାତ୍ର ଉଚ୍ଚ ଜୁଆର ବହ୍ଲା ଓ ବାଲିବାସ୍ତାକୁ ଭସାଇ ନେଇଛି।

ଜୁଆର ପାଣି ମା’ଙ୍କ ମନ୍ଦିର ଓ ସାତଭାୟା ପଞ୍ଚାୟତର ବରାହିପୁର ଗାଁ ଶେଷ ମୁଣ୍ଡର କାଦୁଆନାସୀ ନିକଟରେ ଗତବର୍ଷ ହୋଇଥିବା ଘାଇ ମଧ୍ୟ ଦେଇ ଭେଡା ଓ ପୁରୁଣା ଜନବସତି ପ୍ରବେଶ କରୁଛି। ଏହି ଦୁଇଟି ସ୍ଥାନ ଦେଇ ଜୁଆର ପାଣି ସାତଭାୟା ଓ ବରାହୀପୁର ମୌଜାର ଚାଷଜମି ଗୁଡ଼ିକରେ ମାଡିଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe