ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଂଚଳରେ ଅଧିକ ବ୍ୟାପୁଛି ଡେଙ୍ଗୁ: ଡିଏମ୍‌ଇଟି

Advertisment
ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଂଚଳରେ ଅଧିକ ବ୍ୟାପୁଛି ଡେଙ୍ଗୁ: ଡିଏମ୍‌ଇଟି

Photo: Orkin

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀର ୨ ଲହର ଥମି ନଥିବା ବେଳେ ରାଜ୍ୟରେ ଡେଙ୍ଗୁ ଚିନ୍ତା ବଢ଼ାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଓ ଡିଏମ୍‌ଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ଡିଏମ୍‌ଇଟି କହିଛନ୍ତି ଯେ, ବସ୍ତି ଅପେକ୍ଷା ସମ୍ଭ୍ରାନ୍ତ ଅଂଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି । ଆପାର୍ଟମେଣ୍ଟ, ପ୍ଲାଷ୍ଟିକ, ଫୁଲକୁଣ୍ଡ ଗୁଡ଼ିକରେ ପାଣି ଜମିରହୁଛି । ଏସବୁରେ ପାଣି ଜମିରହିବାରୁ ମଶା ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ଏଡିସ ମଶା ସକାଳେ ଏବଂ ସନ୍ଧ୍ୟାରେ ଲୋକଙ୍କୁ କାମୁଡ଼ିଥାନ୍ତି । ତେଣୁ ଲୋକେ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୬୧୪ ଜଣ ଡେଙ୍ଗୁରୋଗ ଚିହ୍ନଟ ହୋଇଛନ୍ତି । ଏଥିରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସର୍ବାଧିକ ୪୮୨ ଓ କଟକରେ ୩୧ ଜଣ ଅଛନ୍ତି । ରାଜ୍ୟର ଅନ୍ୟ ଅଂଚଳରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗରେ ମୃତ୍ୟୁ ହାର ୧ ପ୍ରତିଶତ କମ । କିନ୍ତୁ ଲୋକେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସଚେତନ ରହିବା ସହିତ ଆଖପାଖ ଅଂଚଳକୁ ସଫା ରଖିବାର ଆବଶ୍ୟକତା ରହିଛି ।

ଭୁବନେଶ୍ୱରରେ ୩ଟି ସ୍ଥାନରେ ମାଗଣା ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ମଧ୍ୟ କିପରି ଡେଙ୍ଗୁକୁ ନିୟନ୍ତ୍ରଣ କରାଯିବ ତାହା ଉପରେ ଏସିଏସ୍‌ଙ୍କ ଅଧ୍ୟକ୍ଷତାରେ ଏକ ରିଭ୍ୟୁ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କୁ ନିବେଦନ ସରକାର ପକ୍ଷରୁ ଯେଉଁ ସ୍ଥାନରେ ଟେଷ୍ଟ ପାଇଁ ବ୍ୟବସ୍ଥା କରାଯାଇଛି ସେଇଠି କରନ୍ତୁ ପ୍ରାଇଭେଟ ପରିବର୍ତ୍ତେ. ଅନ୍ୟ ପକ୍ଷରେ ଯେଉଁ ପ୍ରାଇଭେଟ ଲ୍ୟାବରେ ଲୋକ ପରୀକ୍ଷା କରାଉଛନ୍ତି ଯଦି କାହାର ପଜିଟିଭ ଆସିଲା ଏବଂ ଡେଙ୍ଗୁରେ ମୃତ୍ୟୁ ବରଣ କଲେ ତାହା ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ଆବଶ୍ୟକ। ଏହି ରୋଗରେ ମୃତ୍ୟୁ ପ୍ରତିଶତ ୧ ପ୍ରତିଶତରୁ ତଳେ। କେବଳ ଗୁରୁତର ଲୋକେ ମେଡ଼ିକାଲରେ ଭର୍ତି ହେବା ଦରକାର।

ଲୋକେ ଭୟଭୀତ ନହେବା ଉଚିତ। ସରକାରୀ ସ୍ତରରେ ମଧ୍ୟ ଏହି ରୋଗର ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। କିପରି ବିଏମସି ଅଂଚଳରୁ ଏହାର ନିରାକାରଣ ହୋଇ ପାରିବ ସେଥିପାଇଁ ବିଏମସି ଅଂଚଳରେ ସ୍ୱାସ୍ଥ୍ୟ କର୍ମୀ ଅଧିକ ନିଯୁକ୍ତି ପାଇଁ ନିର୍ଦେଶ ଦିଆଯାଇଛି। ଏହା ସହ ଲୋକେ ପ୍ରଥମେ ସଚେତନ ହେବା ସହ ନିଜ ଆଖ ପାଖ ସଫା ରଖିନ୍ତୁ। ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ବେଡ଼ ରଖିବା ନିମନ୍ତେ ସମସ୍ତ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଏସିଏସ୍‌ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ମେଡ଼ିସିନ ରାଜ୍ୟରେ ମହଜୁଦ ଅଛି। ଏହା ସହ ଟେଷ୍ଟିଙ୍ଗ କିଟ ମଧ୍ୟ ମହଜୁଦ ରହିଛି। ଯଦି ଲୋକଙ୍କୁ ଏହା ହେଉଛି ତେବେ ଆତଙ୍କିତ ନହେବାକୁ କୁହାଯାଇଛି।

ଡେଙ୍ଗୁର ଘାତକ ଡି-୨ ଷ୍ଟ୍ରେନ୍‌(ଡିଇଏନ୍‌ଭି-୨ ବା ଡେଙ୍ଗୁ ଭାଇରସ-୨)କୁ ଭୁବନେଶ୍ବରରେ ଠାବ କରାଯାଇଛି। ଏହାସହ ଡି-୧ ଓ ଡି-୨ ଷ୍ଟ୍ରେନ୍‌ର ସହ ସଂକ୍ରମଣ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ହଠାତ୍ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ପଛରେ ଏହି ଡି-୨ ଷ୍ଟ୍ରେନ୍‌ ରହିଥିବା କୁହାଯାଉଛି। ଏହି ଷ୍ଟ୍ରେନ୍‌ ଯୋଗୁଁ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ। ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ ବା ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ୫୬ ଡେଙ୍ଗୁ ସଂକ୍ରମିତଙ୍କ ସେରୋଟାଇପିଂରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe