ଖାଦ୍ୟ ପାଇଁ ଘର ଆଗରେ ଛିଡ଼ା ହେଉଛି ଦନ୍ତା: ତିକ୍ତତା ଭିତରେ ବିଶ୍ବାସର ଚିତ୍ର

ହାତୀ-ମଣିଷ ସଂପର୍କରେ ତିକ୍ତତା ଭିତରେ ବିଶ୍ବାସର ଚିତ୍ର ସାମନାକୁ ଆସିଛି। ଏକ ଝାଡ଼ଖଣ୍ଡୀ ଦନ୍ତାହାତୀ ଖାଦ୍ୟ ପାଇଁ ଫସଲ କିମ୍ବା ଘର ଉଜାଡୁନି। ବରଂ ଗାଁକୁ ଆସି ଖାଦ୍ୟ ମାଗିବା ମୁଦ୍ରାରେ ଲୋକଙ୍କ ଘର ଆଗରେ ଛିଡ଼ା ହେଉଛି।

ddagddgadg

ଜଳେଶ୍ୱର: ହାତୀ-ମଣିଷ ସଂପର୍କରେ ତିକ୍ତତା ଭିତରେ ବିଶ୍ବାସର ଚିତ୍ର ସାମନାକୁ ଆସିଛି। ଏକ ଝାଡ଼ଖଣ୍ଡୀ ଦନ୍ତାହାତୀ ଖାଦ୍ୟ ପାଇଁ ଫସଲ କିମ୍ବା ଘର ଉଜାଡୁନି। ବରଂ ଗାଁକୁ ଆସି ଖାଦ୍ୟ ମାଗିବା ମୁଦ୍ରାରେ ଲୋକଙ୍କ ଘର ଆଗରେ ଛିଡ଼ା ହେଉଛି। ଦୁଇଦିନ ତଳେ ଏକ ଝାଡ଼ଖଣ୍ତୀ ଦନ୍ତାହାତୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜକୁ ଚାଲିଆସିଥିଲା। ଆଜି ହାତୀଟି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ଆମ୍ବତୁମ୍ବା ଜଙ୍ଗଲରେ ରହିଛି।

ତିକ୍ତତା ଭିତରେ ବିଶ୍ବାସର ଚିତ୍ର 
ଅଘଟଣ ଆଶଙ୍କା କରି ଜଳେଶ୍ବରରେ ସଜାଗ ବନ ବିଭାଗ

ଏହି ଦନ୍ତାହାତୀଟିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା। ଏହା ଜଙ୍ଗଲୀ ହାତୀ ହେଲେ ମଧ୍ୟ କାହାର କିଛି ଅନିଷ୍ଟ କରୁନି। ଜଙ୍ଗଲ ପାଖ ଗାଁକୁ ଯାଇ ଲୋକଙ୍କ ଘର ସମ୍ମୁଖରେ ଖାଦ୍ୟ ମାଗିବା ମୁଦ୍ରାରେ ଛିଡ଼ା ହେଉଛି। ଲୋକମାନେ ବି ତାକୁ ଖାଦ୍ୟ ଦେଉଛନ୍ତି। ଯାହାକୁ ଖାଇ ସେ ପୁଣି ଜଙ୍ଗଲ ଭିତରକୁ ପଳାଇଯାଉଛି। କିଛିଦିନ ତଳେ ପଶ୍ଚିମବଙ୍ଗର କେଶରେଖ ରେଞ୍ଜ ଅଧୀନ ବଡ଼ାମରା ଗ୍ରାମରେ ହାତୀଟିର ଏପରି ବ୍ୟବହାର ଦେଖିବାକୁ ମିଳିଥିବା‌ ବେଳେ ଚଳିତ ମାସ ୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମର୍ଦ୍ଦା ଓ ନଳଗଜା ଅଞ୍ଚଳରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ଏନେଇ ଏକାଧିକ ଫଟୋ ଓ ଭିଡିଓ ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ମଧ୍ୟ ହେଉଛି। ଲୋ‌କେ ଏହି ହାତୀର ନାମ ଦେଇଛନ୍ତି ‘କୁମୁନି’। ଦନ୍ତାଟି ଏବେ ଆମ୍ବତୁମ୍ବା ଜଙ୍ଗଲରେ ଥିବା ବେଳେ କୌଣସି ଅଘଟଣ ଆଶଙ୍କା କରି ବନ ବିଭାଗ ସଜାଗ ରହିଛି।  ଜଙ୍ଗଲକୁ ଲାଗି ରହିଥିବା ଆମ୍ବତୁମ୍ବା, ଲୁହାପଡ଼ା, ରଙ୍ଗାମାଟିଆ ଆଦି ଗାଁର ଲୋକଙ୍କୁ ସତର୍କ ରହିବାକୁ ବରଡ଼ିହା ଫରେଷ୍ଟର ପ୍ରହ୍ଲାଦ ନାୟକ ଅନୁରୋଧ କରିଛନ୍ତି। ସେହିପରି ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଶ୍ରୀ ନାୟକଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe