ଟ୍ରେନ୍ ଧକ୍କାରେ ଗଲା ଦନ୍ତାର ଜୀବନ

ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ପାଇଁ କାଳ ହୋଇଛି ରେଳ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟ‌ାରେ ସଦର ରେଞ୍ଜ ଓଡ଼ାପଡ଼ା ବ୍ଲକ୍‌ ଅନ୍ତର୍ଗତ ଚିନ୍ତାପୋଖରୀ ନିକଟରେ ହାତୀପଲ ରେଳଧାରଣା ଅତିକ୍ରମ କରିବା ସମୟରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି।

fhhfkhfhk

ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ପାଇଁ କାଳ ହୋଇଛି ରେଳ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟ‌ାରେ ସଦର ରେଞ୍ଜ ଓଡ଼ାପଡ଼ା ବ୍ଲକ୍‌ ଅନ୍ତର୍ଗତ ଚିନ୍ତାପୋଖରୀ ନିକଟରେ ହାତୀପଲ ରେଳଧାରଣା ଅତିକ୍ରମ କରିବା ସମୟରେ ଏକ କୋଇଲା ବୋଝେଇ ଟ୍ରେନ୍‌ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି।

ପ୍ରାୟ ୨୦ ଦିନ ହେଲା ୪୯ ଟିକିଆ ହାତୀପଲ ନିମିଧା ଜଙ୍ଗଲରେ ରହି ଆସୁଛନ୍ତି। ଏହି ହାତୀପଲରୁ ୩୫ଟି ହାତୀ ଗତକାଲି ବିଳମ୍ବିତ ରାତିରେ ନିମିଧା ଅଞ୍ଚଳରୁ ବ୍ରାହ୍ମଣୀ ନଦୀ ଆଡ଼କୁ ଯିବା ସମୟରେ ରେଳଧାରଣା ଅତିକ୍ରମ କରୁଥିଲେ। ପଛରେ ଥିବା ଦନ୍ତାଟି ରେଳଧାରଣା ପାର ହେଉଥିବା ବେଳେ ତାଳଚେର ଆାଡୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ ଧକ୍କା ଦେଇ ପ୍ରାୟ ୧୦୦ ମିଟର ଦୂରକୁ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ହାତୀର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ରାଜ୍ୟ ମିଳିତ ତଦାରଖ କମିଟିର ସଦସ୍ୟ, ଅନୁଗୁଳ ଆଞ୍ଚଳିକ ବନ ସଂରକ୍ଷକ, ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଓଡ଼ାପଡ଼ା ଫରେଷ୍ଟର୍‌ ସୁବାସ ଚନ୍ଦ୍ର ସାହୁ ଓ ମୋଟଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

ଓଡ଼ାପଡ଼ା ଫରେଷ୍ଟର୍‌ ଶ୍ରୀ ସାହୁ କହିଛନ୍ତି, ଗତ ୨୦ ଦିନ ହେଲା ହାତୀମାନଙ୍କ ଉପସ୍ଥିତି ଓ ସେମାନଙ୍କର ଚଳପ୍ରଚଳ ସମ୍ପର୍କରେ ଖୋର୍ଦ୍ଧା ରେଳବାଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇ ଆସୁଛି। ବନ ବିଭାଗ ପକ୍ଷରୁ ରେଳବାଇ କର୍ତ୍ତୃପକ୍ଷଙ୍କୁ ପ୍ରତିଦିନ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ହାତୀପଲଙ୍କ ଯାତାୟାତ ସମ୍ପର୍କରେ ସୂଚନା ଦିଆଯାଇଥିଲା। ତେବେ ମେରାମଣ୍ଡଳୀ ଷ୍ଟେସନ୍‌ ପକ୍ଷରୁ ମାଲବାହୀ ଟ୍ରେନ୍‌ର ଡ୍ରାଇଭରଙ୍କୁ ସୂଚନା ଦିଆଯାଇଛି କି ନାହିଁ ? ଯଦି ସୂଚନା ଦିଆଯାଇଥିଲା; ତାହାହେଲେ ଟ୍ରେନ୍‌ର ଡ୍ରାଇଭର୍‌ କିପରି ତାହା ଜାଣି ପାରିଲେ ନାହିଁ, ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି। ରେଳବାଇ କର୍ମଚାରୀଙ୍କ ଦାୟିତ୍ବହୀନତା ପାଇଁ ଏହି ଦନ୍ତାହାତୀ ପ୍ରାଣ ହରାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।  ମୃତ ହାତୀର ଡାକ୍ତରୀ ପରୀକ୍ଷା ପରେ ବନ ବିଭାଗ ପକ୍ଷରୁ ଗାତ ଖୋଳି ପୋତି ଦିଆଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରେନ୍‌କୁ ବନ ବିଭାଗ ସଦାଶିବପୁର ରେଳଷ୍ଟେସନ୍‌ ନିକଟରେ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe