ହାଇକୋର୍ଟରୁ ଦାରା ସେନା ମୁଖ୍ୟ ମୁକେଶ ଜୈନଙ୍କୁ ଜାମିନ

ସୂଚନା ଅଧିକାର ଆଇନ: ଅନ୍‌ଲାଇନ ଦରଖାସ୍ତର ହାର୍ଡ କପି ଦାଖଲ ଅନାବଶ୍ୟକ

New Indian Express

କଟକ: ଦାରା ସେନାର ମୁଖ୍ୟ ମୁକେଶ ‌‌ଜୈନଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁକେଶଙ୍କୁ କଠୋର ସର୍ତ୍ତ ରଖି ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁକେଶ ତଦନ୍ତରେ ସହଯୋଗ କରିବେ, ଭିଷ୍ୟତରେ କୌଣସି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ହେବେ ନାହିଁ, ଜାମିନରେ ଛାଡ଼ ପାଇବା ପରେ ନିଜ ସ୍ବାଧୀନତାର ଅପବ୍ୟବହାର କରିବେ ନାହିଁ, ନିମ୍ନ ଅଦାଲତରେ ମାମଲା ଶୁଣାଣି ଶେଷ ପର୍ଯ୍ୟନ୍ତ ସବୁ ତାରିଖରେ ହାଜର ‌‌ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ସର୍ତ୍ତର ଉଲ୍ଲଂଘନ ହେଲେ ମୁକେଶଙ୍କୁ ପ୍ରଦାନ କରାଯାଇଥିବା ଜାମିନ ରଦ୍ଦ ହେବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ନିଜକୁ ଧର୍ମରକ୍ଷକ ଦାରା ସେନାର ଜାତୀୟ ଅଧ୍ୟକ୍ଷ ବୋଲି ପରିଚିତ କରାଉଥିବା ମୁକେଶ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଉପୁଜିଥିବା ସ୍ଥିତିକୁ ନେଇ ବିବାଦୀୟ ପ୍ରସଙ୍ଗ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ ବୋଲି ଅଭି‌ଯୋଗ ହୋଇଥିଲା। ସେ ବିଚାରବିଭାଗ ପ୍ରସଂଗରେ କେତେକ ଆପତ୍ତିଜନକ ମେସେଜ ନିଜ ହ୍ବାଟ୍ସଆପରୁ ଅନ୍ୟ କେତେକ ବ୍ୟକ୍ତିଙ୍କୁ ପଠାଇଥିଲେ। ଧର୍ମ ଆଧାରରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଶତ୍ରୁତା ଓ ବିବାଦ ସୃଷ୍ଟି କରିବା ଭଳି କେତେକ ମନ୍ତବ୍ୟ ଏପରି ମେସେଜରେ ରହିଥିଲା। ଏଭଳି ଅଭିଯୋଗ ନେଇ ୨୦୨୦, ଜୁନ୍ ୨୨ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟରଙ୍କ ପକ୍ଷରୁ କଟକ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏତଲା ରୁଜୁ କରାଯାଇଥିଲା। ଆଇପିସିର ଦଫା ୧୫୦, ୧୫୩, ୧୫୩-କ, ୫୦୬ରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ମୁକେଶଙ୍କୁ ଗିରଫ କରିବା ସହିତ ଏଭଳି କାର୍ଯ୍ୟରେ ବ୍ୟବହୃତ ମୋବାଇଲ ଫୋନକୁ ଜବତ କରିଥିଲା। କଟକ ଜେଏମଏଫସି (ସିଟି) ଓ ପରେ ଅତିରିକ୍ତ ଦୌରା ଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ମୁକେଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଧାରା ୧୫୩-କ’ରେ ମାମଲା ପାଇଁ ସିଆରପିସିର ଧାରା ୧୯୬(୧)(କ) ଅନୁସାରେ କେନ୍ଦ୍ର ସରକାରଙ୍କ ସାଙ୍କସନ୍ (ମଞ୍ଜୁରୀ) ବାଧ୍ୟତାମୂଳକ ହୋଇଥିବା ବେଳେ ଜାମିନ ଆବେଦନର ଶୁଣାଣି ସମୟରେ ପ୍ରସିକ୍ୟୁସନ୍ ପକ୍ଷରୁ ଏଭଳି ମଞ୍ଜରୀ ନିଆଯାଇଥିବା ନେଇ କୌଣସି ତଥ୍ୟ ଉପସ୍ଥାପନ କରାଯାଇ ପାରି ନଥିଲା। ଏହାପରେ ହାଇକୋର୍ଟ ମୁକେଶଙ୍କୁ ଜାମିନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe