ପ୍ରଧାନ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ଦିଲ୍ଲୀରୁ ଦାରାସେନା ଅଧ୍ୟକ୍ଷଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

Advertisment
ପ୍ରଧାନ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ଦିଲ୍ଲୀରୁ ଦାରାସେନା ଅଧ୍ୟକ୍ଷଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ବାଲେଶ୍ବର : ରଥଯାତ୍ରା ବନ୍ଦ ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ ଓ ପ୍ରଧାନ ବିଚାରପତିଙ୍କୁ ତାତ୍ସଲ୍ୟ କରିବା ଅଭିଯୋଗରେ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ (୫୮)ଙ୍କୁ ଦିଲ୍ଲୀସ୍ଥିତ ଭଜପୁରା ଘରୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଗିରଫ କରିଛି। ଆଜି ତାଙ୍କୁ ଓଡ଼ିଶା ଅଣାଯିବା ପରେ ବାଲେଶ୍ବର ସହଦେବଖୁଣ୍ଟା ଥାନା ପୁଲିସ ଜିମା ଦିଆଯାଇଥିଲା। ପଚରାଉଚରା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନା ମୁତାବକ, ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଆଶଙ୍କା ଥିବାରୁ କରୋନା ମହାମାରୀକୁ ଦୃ‌ଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ଚଳିତବର୍ଷ ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌କୋର୍ଟଙ୍କ ଏଭଳି ରାୟକୁ ନେଇ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜୈନ କ୍ଷୁବ୍ଧ ହୋଇ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାଛଡ଼ା ହ୍ବାଟ୍ସଆପ୍‌ ଓ ବିଭିନ୍ନ ସୋସିଆଲ୍‌ ମିଡିଆରେ ବିଚାରପତିଙ୍କ ବିରୋଧରେ ସମସ୍ତଙ୍କୁ ଏକ୍‌ଜୁଟ୍‌ ହେବାକୁ ଆହ୍ବାନ ଦେଇଥିଲେ। ଏ ନେଇ ବାଲେଶ୍ବରର ଆଇନ୍‌ଜୀବୀ ଅମରବଲ୍ଲଭ ନନ୍ଦ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ। ସେହିପରି ଭଦ୍ରକ ଓ କ୍ରାଇମ୍‌ବ୍ରାଞ୍ଚରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଥିଲା। ମୁକେଶଙ୍କ ନାଁରେ ୩ଟି ପୃଥକ ପୃଥକ ମାମଲା ରୁଜୁ ହେବା ପରେ ଗତ ୭ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଦିଲ୍ଲୀସ୍ଥିତ ଭଜପୁରାରେ ଚଢ଼ାଉ କରି ଶ୍ରୀ ଜୈନଙ୍କୁ ଗିରଫ କରିଛି। ସହଦେବଖୁଣ୍ଟାରେ ମାମଲା ରୁଜୁ ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଆଜି ସହଦେବଖୁଣ୍ଟା ଥାନା ଜିମା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe