ଓଡ଼ିଶାର କଶ୍ମୀର ଦାରିଙ୍ଗିବାଡ଼ିରେ ପଡ଼ିଲାଣି ଥଣ୍ଡା, ମନ ମୋହୁଛି ଶୀତୁଆ ସକାଳର ସୁନେଲି ସୂର୍ଯ୍ୟୋଦୟ

ଓଡ଼ିଶାର କଶ୍ମୀର ଦାରିଙ୍ଗିବାଡ଼ିରେ ପଡ଼ିଲାଣି ଥଣ୍ଡା, ମନ ମୋହୁଛି ଶୀତୁଆ ସକାଳର ସୁନେଲି ସୂର୍ଯ୍ୟୋଦୟ

କନ୍ଧମାଳ : ଓଡିଶାର କଶ୍ମୀର ଭାବେ ଜଣା ଯାଉଥିବା ଦାରିଙ୍ଗିବାଡ଼ିରେ ଶୀତର ସ୍ପର୍ଶ ଲାଗିଛି। ବୁଲବୁଲ୍‌ ଯିବା ପରେ ପରେ କନ୍ଧମାଳ ଜିଲ୍ଲାକୁ ଧୀରେ ଧୀରେ ମାଡି ଆସୁଛି ଶୀତ। ଦାରିଙ୍ଗିବାଡି ସମେତ ଫୁଲବାଣୀ, ବାଲିଗୁଡୁ, କ-ନୂଆଗାଁ, ରାଇକିଆ ଏବଂ ଉଦୟଗିରିରେ ସକାଳର କୋହଲା ପାଗକୁ ଉପଭୋଗ କରୁଛନ୍ତି ଲୋକେ।

ଶୀତ ଦିନର ସିନ୍ଦୁର ଫଟା ସକାଳରେ କୁହୁଡିର ଭାସୁଥିବାର ଦୃଶ୍ୟ ଲୋକଙ୍କୁ ଆନନ୍ଦିତ କରୁଛି। ଚାରିଆଡେ ଧୂଆଁଳିଆ ପରିବେଶ ରହିଥିବା ବେଳେ ଘାସ ଗାଲିଚା ଓ ରଙ୍ଗବେରଙ୍ଗର ଫୁଲ ଉପରେ କାକରର ଟୋପା ପ୍ରକୃିତର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି। କନ୍ଧମାଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ଏ ପରିବେଶ ପଛରେ ରହିଛି ଶୀତର ଆଗମନ। ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡିକୁ ଛୁଇଁ ସାରିଛି ଶୀତ। ଶୀତୁଆ ସକାଳର ମଜା ଉଠାଉଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା।

Image result for winter in daringbadi HolidayIQ

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦାରିଙ୍ଗିବାଡିକୁ ରାଜ୍ୟର ପ୍ରଥମ ଶୀତ ସ୍ପର୍ଶ କରିଛି। ବାତ୍ୟା ବୁଲବୁଲ ଯିବା ପରେ ଶୀତ ଅନୁଭୁତ ହେଉଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା। ଏବେ ସଂଧ୍ୟା ହେଲେ ଥଣ୍ଡା ଅନୁଭୁତ ହେଉଥିବା ବେଳେ ଦିନ ୨ଟା ପୂର୍ବରୁ ଥଣ୍ଡା କମୁନାହିଁ କି କୁୁହୁଡି ଛାଡୁନାହିଁ। ଶୀତରୁ ମୁକ୍ତି ପାଇବାକୁ ଅନେକ ସ୍ଥାନରେ ଲୋକେ ନିଆଁ ଜାଳି ବସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏଥର ଶୀତ ଆସିସାରିଥିବାରୁ ପର୍ଯ୍ୟଟକ ମଧ୍ୟ ଓଡିଶାର କଶ୍ମୀର ଦାରିଙ୍ଗିବାଡିର ଶୀତକୁ ଅନୁଭବ କରିବାକୁ ଆସିବେ ବୋଲି ଆଶା କରୁଛନ୍ତି ସ୍ଥାନୀୟ ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe