ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା ୯ ଡିଗ୍ରିକୁ ଖସିଲା

Advertisment
ଆସନ୍ତା ଦୁଇ ଦିନ ପର୍ଯ୍ୟପ୍ତ ରାଜ୍ୟର ଅଧିକାଂଶ ସ୍ଥା‌ନରେ ୩ ଡିଗ୍ରି କମିବ ତାପମାତ୍ରା

www.deccanchronicle.com

ଦାରିଙ୍ଗବାଡ଼ି : କିଛିଦିନ ହେଲା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିର ତାପମାତ୍ରା କ୍ରମଶଃ ହ୍ରାସ ପାଉଛି। ଆଜି ଏ ବର୍ଷର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲସିୟସ୍‌କୁ ଖସିଛି। ଶୀତର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ନାଚଗୀତରେ କମ୍ପୁଥିବା ବେଳେ ଭୋଜିଭାତ ଆସର ଜମୁଛି। ସକାଳୁ ହିଲଭିୟୁ ପାର୍କର ୱାଚ୍‌ ଟାୱାର ଓ ସାଇଲେଣ୍ଟ୍‌ ଭ୍ୟାଲି ଉପରେ ଠିଆ ହୋଇ ସୂର୍ଯ୍ୟ ଉଦୟ ଏବଂ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ଦେଖିବାକୁ ପ୍ରବଳ ଭିଡ଼ ହେଉଛି। ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ତାପମାତ୍ରା ଆହୁରି ତଳକୁ ଖସିଥିବା କୁହାଯାଉଛି। ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ବାହାରେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ବିଳମ୍ବରେ ଶୀତ ଆସିଥିବାବେଳେ ଏହାକୁ ପର୍ଯ୍ୟଟକ ହାତଛଡ଼ା କାରିନାହାନ୍ତି। ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe