4007 Families Without Light: ୩୪୪ ଗାଁରେ ଅନ୍ଧାର ରାଜୁତି

Advertisment

ସନ୍ଧ୍ୟା ନଇଁଲେ ଜିଲ୍ଲାର ୧୦ଟି ବ୍ଲକର ୩୪୪ ଛୋଟ ଗାଁରେ ଅନ୍ଧାରର ରାଜୁତି। ଫଳରେ ୪୦୦୭ ପରିବାର ଅନ୍ଧାରରେ ରହୁଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍‌ ଆଲୁଅ ଯୋଗାଇ ଦିଆଯାଉଛି ବୋଲି ସରକାରୀ ରେକର୍ଡ କହୁଛି.....

ସନ୍ଧ୍ୟା ନଇଁଲେ ଜିଲ୍ଲାର ୧୦ଟି ବ୍ଲକର ୩୪୪ ଛୋଟ ଗାଁରେ ଅନ୍ଧାରର ରାଜୁତି। ଫଳରେ ୪୦୦୭ ପରିବାର ଅନ୍ଧାରରେ ରହୁଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍‌ ଆଲୁଅ ଯୋଗାଇ ଦିଆଯାଉଛି ବୋଲି ସରକାରୀ ରେକର୍ଡ କହୁଛି.....

Darkness in 344 villages

Darkness in 344 villages Photograph: (sambad.in)

ନବରଙ୍ଗପୁର: ସନ୍ଧ୍ୟା ନଇଁଲେ ଜିଲ୍ଲାର ୧୦ଟି ବ୍ଲକର ୩୪୪ ଛୋଟ ଗାଁରେ ଅନ୍ଧାରର ରାଜୁତି। ଫଳରେ ୪୦୦୭ ପରିବାର ଅନ୍ଧାରରେ ରହୁଛନ୍ତି। ଛୋଟ ଗାଁକୁ ସୋଲାର ପ୍ରକଳ୍ପ ଜରିଆରେ ବିଦ୍ୟୁତ୍‌ ଆଲୁଅ ଯୋଗାଇ ଦିଆଯାଉଛି ବୋଲି ସରକାରୀ ରେକର୍ଡ କହୁଛି।

ବାସ୍ତବତା ହେଲା ସୋଲାର ପ୍ରକଳ୍ପ ଗୁଡ଼ିକ ବହୁ ଦିନ ଧରି ଅଚଳ ରହିଥିଲେ ସୁଦ୍ଧା ମରାମତି ହୋଇପାରୁନି। ପୂର୍ବରୁ ବିଜୁ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାରେ ଛୋଟ ଗାଁକୁ ବିଦ୍ୟୁତ୍‌ ସଂଯୋଗ କାମ ‌ଆରମ୍ଭ ହୋଇଥିଲା। ବିଡ଼ମ୍ବନା ହେଲା ଏହି ଯୋଜନାରେ ୩୪୪ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି।

ଆହୁରି ପଢ଼ନ୍ତୁ:Kharif Mandi: ଖରିଫ ମଣ୍ଡିରେ ୧୪୪ଚାଷୀଙ୍କ ୬୬୧୬ କୁଇଣ୍ଟାଲ କିଣି‌ଲେଣି

ସମ୍ବିଧାନର ଧାରା ୨୧

ଏହାକୁ ନେଇ ସମ୍ବାଦରେ ରିପୋର୍ଟ ପ୍ରକାଶ ପାଇବା ପରେ  ଏ ମାନବାଧିକାର କର୍ମୀ ଅନୁପ ପାତ୍ର ଏକ ମାମଲା ଜାତୀୟ ମାନବିକ ଅଧିକାର କମିସନ ନିକଟରେ ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଅଧିକାରରେ ଅନ୍ତର୍ଭୁକ୍ତ ଦାଖଲ କରିଛନ୍ତି।

ଏହା ବାଦ୍ ଗତ ଦିଶା ବୈଠକରେ ୮୮ଟି ଗାଁର ୨୨୦୫ଟି ଘରକୁ ବିଦ୍ୟୁତି କରଣ ପାଇଁ ୧୩କୋଟି ୯୩ଲକ୍ଷ ଓ ୨୫୬ଟି ଗାଁର ୧୮୦୨ଟି ଘରକୁ ୯କୋଟି ଏକ ଲକ୍ଷ ଟଙ୍କା ସୋଲାରରେ ବିଦ୍ୟୁତିକରଣ କରିବାକୁ ପ୍ରସ୍ତାବକୁ ସରକାରଙ୍କ ନିକଟକୁ ପଠାଯାଇଛି। ଲୋକସଭା ସାଂସଦ ଇଂ.ବଳଭଦ୍ର ମାଝୀ, ରାଜ୍ୟସଭାସାଂସଦ, ଶିକ୍ଷାମନ୍ତ୍ରୀ ଓ ୩ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ  ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଏହି ପ୍ରସ୍ତାବରେ ସ୍ବାକ୍ଷର କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି।

ରାଜ୍ୟ ସରକାର ଅନୁମୋଦନ କରି ଟଙ୍କା ମଞ୍ଜୁର କରି ପଠାଇଲେ ଜିଲ୍ଲା ପ୍ରଶାସନ ଜରିଆରେ ଟାଟାପାୱାର ଟେଣ୍ଡର କରି ନୂଆ ବିଦ୍ୟୁତ ଖୁଣ୍ଟ ପକାଇ ପ୍ରତ୍ୟେକ ପରିବାର ରହୁଥିବା ଘରକୁ ଘର ବିଦ୍ୟୁତ ସଂଯୋଗ ଦିଆଯିବ।

ପ୍ରକାଶଯୋଗ୍ୟ, ନବରଙ୍ଗପୁର ବ୍ଲକର ୫ଟି ଗାଁରେ ୩୨ଘର ,ତେନ୍ତୁଳିଖୁଣ୍ଟି ବ୍ଲକର ୫୧ଗାଁର ୩୦୯ ଘର, ନନ୍ଦାହାଣ୍ଡି ବ୍ଲକର ୬ ଗାଁର ୮୯ ଘର, ପାପଡ଼ାହାଣ୍ଡି ବ୍ଲକର ୪୬ ଗାଁର ୫୦୮ ଘର, ଡାବୁଗାଁ ବ୍ଲକର ୧୮ ଗାଁର ୧୪୪ ଘର, କୋଷାଗୁମୁଡ଼ା ବ୍ଲକର ୩୧ ଗାଁର ୪୨୪ ଘର, ଉମରକୋଟ ବ୍ଲକର ୨୫ ଗାଁର ୩୩୮ଘର, ରାଇଘର ବ୍ଲକର ୨୪ ଗାଁର ୨୮୭ ଘର, ଝରିଗାଁ ବ୍ଲକର ୬୨ ଗାଁର ୧୩୦୦ ଘର ଓ ଚନ୍ଦାହାଣ୍ଡି ବ୍ଲକର ୭୬ଟି ଗାଁର ୫୭୬ ଘର ନିକଟରେ ବିଦ୍ୟୁତ ସଂଯୋଗ ପହଞ୍ଚି ପାରିନି। ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଯାଇଛି, ବଳକା ୩୪୪ଟି ପଡା ଗାଁକୁ ବିଦ୍ୟୁତ ସଂଯୋଗୀକରଣ କରିବା ବାକି ରହିଛି ବୋଲି କହିଛନ୍ତି ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ରାଉତ।

ଆହୁରି ପଢ଼ନ୍ତୁ:Naxals Reveal Their Presence: ପୁଲିସ ଇନଫର୍ମର ଦର୍ଶାଇ ଆତ୍ମସମର୍ପଣ କରିଥିବା ନକ୍ସଲକୁ ହତ୍ୟା

ବଳକା ୮୮ଟି ଗାଁରେ ବିଦ୍ୟୁତିକରଣ ପାଇଁ ପାଇଁ ୧୩କୋଟି ୯୩ଲକ୍ଷ ଓ ୨୫୬ଟି ଗାଁରେ ସୋଲାରରେ ବିଦ୍ୟୁତିକରଣ ପାଇଁ  ୯କୋଟି ଏକ ଲକ୍ଷ ଟଙ୍କା ଖର୍ଚ୍ଚର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟକୁ ଯାଇଛି ବୋଲି କହିଛନ୍ତି ନିର୍ବାହୀଯନ୍ତ୍ରୀ। ରାଜ୍ୟ ସରକାର କେବେ ଅନୁମୋଦନ କରି ଅନୁଦାନ ମଞ୍ଜୁର କରୁଛନ୍ତି ତାହା ସମୟ କହିବ। ସେ ଯାଏଁ ଏହି ୩୪୪ଟି ଗ୍ରାମବାସୀ ଅନ୍ଧାରରେ ରହିବେ।

ରିପୋର୍ଟ: ସୁରେଶ ନାଇଡୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe