ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ ପରେ ବନକଲାଗି: ୫ ଘଣ୍ଟା ବନ୍ଦ ରହିଲା ଦର୍ଶନ

Advertisment
ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ଦୁଇଘଣ୍ଟା ଦର୍ଶନ ବନ୍ଦ

atlasobscura.com

ପୁରୀ : ଶ୍ରୀମନ୍ଦିରରେ ବୁଧବାର ଦିନ ବଡ଼ ମହାସ୍ନାନ ପରେ ବନକଲାଗି ନୀତି ଆରମ୍ଭ ହେବାରୁ ଭକ୍ତମାନେ ୫ ଘଣ୍ଟାରୁ ଅଧିକ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ସେପଟେ ଦ୍ବିତୀୟ ଭୋଗମଣ୍ଡପ ବି ବାହାରିବା ବିଳମ୍ବ ହୋଇଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ଅପରାହ୍ଣ ୩ଟା ୩୫ରେ ମଧ୍ୟାହ୍ନଧୂପ ଶେଷ ପରେ ପରେ ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀମନ୍ଦିର ଭିତର କାଠରେ ରକ୍ତ ପଡ଼ିଥିବା ଜଣାପଡ଼ିଥିଲା। ପରେ ପରବର୍ତ୍ତୀ ନୀତି ବନ୍ଦ କରି ଚୁନ ପାଣି ପଡ଼ି ମହାସ୍ନାନ ନୀତି ବଢ଼ିଥିଲା। ମହାସ୍ନାନ ନୀତି ପ୍ରାୟ ସାଢ଼େ ୫ଟାରେ ସରିବା ପରେ ଦ୍ବିତୀୟ ଭୋଗମଣ୍ଡପ ଉଠିଥିଲା। ଏହାସହ ଅନ୍ୟାନ୍ୟ ନୀତି ବଢ଼ିଥିଲା। ସେପଟେ ମହାସ୍ନାନ ଯୋଗୁଁ ଆଜି ବନକଲାଗି ନୀତି ବି ବିଳମ୍ବ ହୋଇଥିଲା। ରାତି ପ୍ରାୟ ୭ଟାରେ ବନକଲାଗି ପାଇଁ ଦତ୍ତ ପ୍ରବେଶ ନୀତି ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇ ବନକଲାଗି ନୀତି ବଢ଼ିଥିଲା। ପ୍ରାୟ ୩ ଘଣ୍ଟା ବନକଲାଗି ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe