ଦଶପଲ୍ଲା: ଚଳିତବର୍ଷ ନିଆଁଦାଉରୁ ଶାନ୍ତ ପଡ଼ିଛି ଜଙ୍ଗଲ

ନିଆଁ ଲିଭାଇପାରୁନି ବନ ବିଭାଗ; ୧୩୯୫ ସ୍ଥାନରେ ଜଳୁଛି ଜଙ୍ଗଲ, ୧୮୫ଟି ବଡ଼ଧରଣର

ଦଶପଲ୍ଲା : ଗତବର୍ଷ ଜଙ୍ଗଲରେ ଲାଗିଥିବା ଅଗ୍ନିକାଣ୍ତର ଭୟାବହତା ତଥା ଛାତିଥରା ଦୃଶ୍ୟ ଯେ କେହିକୁ ବିସ୍ମିତ କରିଥିବା ବେଳେ ଚଳିତ ବର୍ଷ କିନ୍ତୁ ଏଥିରେ ଆଶ୍ବସ୍ତି ମିଳିଥିବା ଦେଖିବାକୁ ମିଳିଛି। ଗତବର୍ଷ ଠିକ୍ ମାର୍ଚ୍ଚ ମାସରେ ଏହି ଅଗ୍ନିକାଣ୍ତ ନେଇ ବନ ବିଭାଗର ମୁଣ୍ତବ୍ୟଥା ପାଲଟିଥିବା ବେଳେ ମାନବ ସମାଜଠାରୁ ଆରମ୍ଭ କରି ବନ୍ୟପ୍ରାଣୀଙ୍କୁ ଅଣନିଶ୍ବାସୀ ହେବାକୁ ପଡ଼ିଥିଲା। ଏହା ମଧ୍ୟରେ ବାୟୁମଣ୍ତଳ ଦୂଷିତ ହେବା ସହ ତାପମାତ୍ରା ମଧ୍ୟ ବହୁଳ ଭାବରେ ବୃଦ୍ଧି ପାଇଥିଲା।

ବିଶେଷତଃ ଆଦିବାସୀମାନେ ମହୁଲ ସଂଗ୍ରହ ପାଇଁ ଗଛର ମୂଳକୁ ସଫା କରିବା ଉଦ୍ଦେଶ୍ୟରେ ନିଆଁ ଲଗାଇଥାନ୍ତି। ଯାହାକି ଏହି ନିଆଁ ଧିରେଧିରେ ଜଙ୍ଗଲ ମଧ୍ୟକୁ ବ୍ୟାପୀ ଯାଉଥିବା ବେଳେ ଆଉ କେହି ଜଙ୍ଗଲରୁ ଅଙ୍ଗାର ସଂଗ୍ରହ କରିବା ପାଇଁ ତ କେହି ପୋଡ଼ୁ ଚାଷ ପାଇଁ ନିଆଁ ଲଗାଇଥାନ୍ତି। ହେଲେ ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମରେ ସଚେତନତାମୂଳକ ସଭାସମିତି ଅନୁଷ୍ଠିତ ହେବା ସହ ବିଭିନ୍ନ ମହୁଲ ଗଛର ମୂଳକୁ ସଫା କରି ଦିଆଯିବା ଦ୍ବାରା ଏଯାଏଁ ସେଭଳି କୌଣସି ଭୟାବହ ଅଗ୍ନିକାଣ୍ତ ଘଟିନଥିବା କୁହାଯାଇଛି। କାଁଭାଁ କେଉଁ ସ୍ଥାନରେ ନିଆଁ ଲାଗୁଥିଲେ ଏହାକୁ ଲିଭାଇ ଦିଆଯାଉଛି। ତେବେ ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ପାଇଁ ଜନସାଧାରଣ ସଚେତନ ହେବା ଆବଶ୍ୟକ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe