ଦଶରଥପୁର ବ୍ଲକ୍ ଦୁର୍ନୀତି ପର୍ଦ୍ଦାଫାସ: ୧୩୩ କୋଟି ଅନୁଦାନର କାଗଜପତ୍ର ନାହିଁ

୨.୧୯କୋଟି ଟଙ୍କା ଆଦାୟ ପାଇଁ ତାଗିଦ, ୨ ଥର ବିଲ୍‌ରେ ହଡ଼ପ ୫ଲକ୍ଷ ଆଦାୟ କଲେ ଅଡିଟ୍ ଟିମ୍

ଦଶରଥପୁର ବ୍ଲକ୍ ଦୁର୍ନୀତି ପର୍ଦ୍ଦାଫାସ: ୧୩୩ କୋଟି ଅନୁଦାନର କାଗଜପତ୍ର ନାହିଁ

The New Indian Express

ଯାଜପୁର: ଯାଜପୁର ଜିଲ୍ଲାର ବ୍ଲକ୍‌ଗୁଡ଼ିକରେ ଶହଶହ କୋଟି ଟଙ୍କାର ଦୁର୍ନୀତିର ପେଡ଼ି ଲୋକାଲ ଅଡିଟ୍ ରିପୋର୍ଟରୁ ପର୍ଦ୍ଦାଫାସ ହୋଇଛି। ବ୍ଲକ୍‌ଗୁଡ଼ିକର ଦୁର୍ନୀତି ରେକର୍ଡରେ ଦଶରଥପୁର ବ୍ଲକ୍ ଏବେ ସୁଦ୍ଧା ଆଗରେ ରହିଛି। ଦଶରଥପୁର ବ୍ଲକର ୨୦୨୧-୨୨ ଆର୍ଥିକ ବର୍ଷ ଅଡିଟ୍ ରିପୋର୍ଟରେ ୧୩୩.୧୩ କୋଟି ଟଙ୍କାର ହିସାବପତ୍ର (ୟୁସି) ନାହିଁ। ୨୭.୬୬ କୋଟି ଟଙ୍କା ଖର୍ଚ୍ଚ ଉପରେ ଅଡିଟ୍ ଟିମ୍ ଆପତ୍ତି ଉଠାଇ‌ କୈଫିୟତ ମାଗିଛି। ସେହିପରି ବିଭିନ୍ନ ଯୋଜନାରେ ୪୬.୧୭ କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ନହୋଇ ଦୀର୍ଘ ଦିନରୁ ପଡ଼ିରହିଛି। ଏପରିକି ଗୋଟିଏ କାମକୁ ଦୁଇଥର ବିଲ୍ କାରବାର ଅଡିଟରେ ଧରାପଡ଼ିବା ପରେ ସଂପୃକ୍ତ ଅଧିକାରୀ ୫ଲକ୍ଷ ଟଙ୍କା ଫେରାଇଛନ୍ତି। ସବିଶେଷ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ ୧୩୩ କୋଟି ୧୩ ଲକ୍ଷ ୮ ହଜାର ୧୯୪ ଟଙ୍କାର ବିନିଯୋଗ ପ୍ରମାଣପତ୍ର ତା ୩୧/୩/୨୦୨୨ ରିଖ ସୁଦ୍ଧା ଦାଖଲ ହୋଇନାହିଁ। ୪୬ କୋଟି ୧୭ ଲକ୍ଷ ୬୪ ହଜାର ୧୭୬ ଟଙ୍କା ଅନୁଦାନ ବିଭିନ୍ନ ଯୋଜନାରେ ଖର୍ଚ୍ଚ ନହୋଇ ପଡ଼ିରହିଛି। ଗ୍ରାଣ୍ଟ-ଇନ-ଏଡ ରେଜିଷ୍ଟର, ଆଲଟମେଣ୍ଟ ରେଜିଷ୍ଟର, ଅର୍ଡର ବୁକ୍, ଗାର୍ଡ ଫାଇଲ ଉଭାନ ହୋଇଯାଇଛି। ଅଡିଟ୍ ଟିମ୍ ଫାଇଲ୍ ପାଇଲେ ନାହିଁ। ଏପରିକି ବ୍ୟାଙ୍କ ପାସବୁକ୍ ଓ ବ୍ଲକ୍ କ୍ୟାସବୁକ୍ ମଧ୍ୟରେ ତାଳମେଳ ନାହିଁ। ବ୍ୟାଙ୍କ ବିବରଣୀ ଓ ଜମାଖାତାକୁ ବିଡିଓ ଯାଞ୍ଚ କରିନାହାନ୍ତି। ଅଗ୍ରିମ ବାବଦରେ ୨୦୧୫-୧୬ ମସିହାରୁ ୨୦୨୧-୨୨ ପର୍ଯ୍ୟନ୍ତ ୨୪ କୋଟି ୩୨ ଲକ୍ଷ ୧୫ ହଜାର ୪୭୬ ଟଙ୍କାର ହିସାବ ତା ୩୧/୩/୨୦୨୨ ରିଖ ସୁଦ୍ଧା

୨.୧୯କୋଟି ଟଙ୍କା ଆଦାୟ ପାଇଁ ତାଗିଦ
୨ ଥର ବିଲ୍‌ରେ ହଡ଼ପ ୫ଲକ୍ଷ ଆଦାୟ କଲେ ଅଡିଟ୍ ଟିମ୍
୪୬.୧୭ କୋଟି ଟଙ୍କା ଅନୁଦାନ ପଡ଼ିରହିଛି
୨୭.୬୬ କୋଟି ଟଙ୍କା ଖର୍ଚ୍ଚ ଉପରେ କୈଫିୟତ ତଲବ

ହୋଇନାହିଁ। ସର୍ବୋପରି ଲେବର ସେସ୍, ଭାଟ୍, ରୟାଲିଟି ବାବଦରେ ୧ କୋଟି ୨୩ ଲକ୍ଷ ୭୦ ହଜାର ୯୮୪ ଟଙ୍କା ତା ୩୧/୩/୨୦୨୩ ରିଖ ସୁଦ୍ଧା ପୈଠ କରାଯାଇନାହିଁ। ଏହାକୁ ନେଇ ଅଡିଟ୍ ଟିମ୍ ଆପତ୍ତି ଉଠାଇଛନ୍ତି। ସରକାରୀ ନୀତିନିୟମକୁ ଏସବୁ କ୍ଷେତ୍ରରେ ବ୍ଲକ୍ ଅଧିକାରୀ ବେଖାତିର କରିଆସିଛନ୍ତି। ଏପରିକି ଗୋଟିଏ ଗୋଟିଏ କାର୍ଯ୍ୟରେ ଦୁଇଦୁଇ ଥର ବିଲ୍ କରି ଅନୁଦାନ ହଡ଼ପ କରିବା ଘଟଣାକୁ ଅଡିଟ୍ ଟିମ୍ ଧରିଛନ୍ତି। ଦୁଇଥର ବିଲ୍ କେଳେଙ୍କାରୀରେ ବିଷ୍ଣୁ ଚରଣ ଦେବତା ଓ ଚିନୁ ଏଣ୍ଟରପ୍ରାଇଜେସ ଅଡିଟ୍ ସମୟରେ ୫ ଲକ୍ଷ ୬ ହଜାର ୫୦୦ ଟଙ୍କା ଫେରସ୍ତ କରିଛନ୍ତି। ୨୭ କୋଟି ୬୬ ଲକ୍ଷ ୪୧ ହଜାର ୯୬୦ ଟଙ୍କା ଅନୁଦାନ ଖର୍ଚ୍ଚ ଉପରେ ଅଡିଟ୍ ଟିମ୍ ଆପତ୍ତି ଉଠାଇଥିବାବେଳେ ୨ କୋଟି ୧୯ ଲକ୍ଷ ୩୮ ହଜାର ୧୨୨ ଟଙ୍କା ଆଦାୟ ପାଇଁ ସୁପାରିସ କରିଛନ୍ତି।
ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକ୍ ଓ ପୌର ସଂସ୍ଥାର ଅଡିଟ୍ ରିପୋର୍ଟ ସମ୍ବାଦ ଅନୁସନ୍ଧାନ ଟିମ୍ ହାତରେ ଲାଗିବା ପରେ ଅସାଧୁମେଣ୍ଟର ଚିନ୍ତା ବଢ଼ିଯାଇଛି। ମହାଦୁର୍ନୀତି ବିରୋଧରେ ଅଞ୍ଚଳବାସୀ ନ୍ୟାୟାଳୟର ଦ୍ବାରସ୍ଥ ହେବକୁ ପ୍ରସ୍ତୁତ ହେଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe