ଜଲ୍‌ଦି ଆସିପାରେ କୋଭିଡ୍‌-୧୯ ଟିକା; ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

Advertisment
ଜଲ୍‌ଦି ଆସିପାରେ କୋଭିଡ୍‌-୧୯ ଟିକା; ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: କୋଭିଡ୍‌-୧୯ ଟିକା ଖୁବ୍‌ ଶୀଘ୍ର ମିଳିବାର ଆଶା ଥିବାରୁ ଉଭୟ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟ ସେବା ପ୍ରତିଷ୍ଠାନର ସ୍ବାସ୍ଥ୍ୟ ସେବା କର୍ମୀମାନଙ୍କର ଡାଟାବେସ୍‌ ପ୍ରସ୍ତୁତି କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ନିର୍ଦେଶ ଦେଇଛନ୍ତି। ଖୁବ୍ ଶୀଘ୍ର କେନ୍ଦ୍ର ସରକାରସ୍ବାସ୍ଥ୍ୟକର୍ମୀମାନଙ୍କ ଲାଗି  ଟିକା ପ୍ରଦାନ କରିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ଓଡ଼ିଶା ରାଜ୍ୟ ଶାଖା ‘ଇଣ୍ଡିଆନ୍‌ ମେଡିକାଲ୍ ଆସୋସିଏସନ୍’ର ଅଧ୍ୟକ୍ଷ, ‘ଆୟୁଷ ଆସୋସିଏସନ୍’ର ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଶାଖା ‘ନର୍ସିଙ୍ଗ୍ ଆସୋସିଏସନ୍’ର ଅଧ୍ୟକ୍ଷ, ଓଡ଼ିଶାର ସମସ୍ତ ‘ପାରାମେଡିକ୍ ୱାର୍କର୍ସ ଆସୋସିଏସନ୍’ ଏବଂ ଓଡ଼ିଶା ‘ପ୍ରାଇଭେଟ୍‌ ହସ୍‌ପିଟାଲ୍‌ ଓନର୍ସ ଆସୋସିଏସନ୍‌’ର ଅଧ୍ୟକ୍ଷଙ୍କ ପାଖକୁ ଲେଖାଯାଇଥିବା ଏହି ପତ୍ରରେ ସେ ଲେଖିଛନ୍ତି ଯେ, ଖୁବ୍‌ ଶୀଘ୍ର କରୋନା ଭାଇରସ୍ ଟିକା ମିଳିପାରେ ବୋଲି ଆଶା କରାଯାଉଛି। ତେଣୁ, ଏହି ନୂଆ ଟିକାର ପ୍ରଚଳନ ନିମନ୍ତେ ପ୍ରସ୍ତୁତି କରିବା ଲାଗି ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ସେବା ପ୍ରତିଷ୍ଠାନର ସ୍ବାସ୍ଥ୍ୟ ସେବା କର୍ମୀ ବା ହେଲ୍‌ଥ୍‌ କେୟାର୍‌ ୱାର୍କର୍ସମାନଙ୍କର (ସିଡବ୍ଲୁସି) ଡାଟାବେସ୍‌ ପ୍ରସ୍ତୁତି କରିବାକୁ ଭାରତ ସରକାର କହିଛନ୍ତି।

ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ମୁନିସ୍‌ପାଲ୍‌ କର୍ପୋରେସନ୍, ସିଡିଏମ୍ ଏବଂ ପିଏଚ୍‌ଓ, ଏଡିପିଏଚ୍‌ଓମାନଙ୍କ (ଏଫ୍‌ଡବ୍ଲୁ) ସହ ଯୋଗାଯୋଗ କରି ୨୦୨୦ ଅକ୍ଟୋବର ୨୯ ସୁଦ୍ଧା ସମସ୍ତ ସ୍ବାସ୍ଥ୍ୟ ସେବା କର୍ମୀ ନିଶ୍ଚିତରୂପେ ଏହି ଡାଟାବେସ୍‌ରେ ସେମାନଙ୍କ ନାମ ଦରଜ କରିବାକୁ ଆପଣମାନଙ୍କ ସଂଘର ସଦସ୍ୟମାନଙ୍କୁ ଜଣାଇ ଦେବାକୁ ଅନୁରୋଧ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe