୧୨ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

Advertisment
୧୨ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାଟା ଏଣ୍ଟ୍ରି ଅପରେଟର

ଛତ୍ରପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲା ପରିବହନ ବିଭାଗ ଡାଟା ଏଣ୍ଟ୍ରି ଅପରେଟର। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଧରିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍। କୋଭିଡ୍ ସମୟରେ ଜବତ୍ ହୋଇଥିବା ୨ଟି ବାଇକ୍‌ର ଜରିମାନା ରାଶି ଛାଡ଼ କରିବା ନେଇ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢୀ ୧୨ ହଜାର ଟଙ୍କା ଜଣେ ଅଭିଯୋଗକାରୀଙ୍କୁ ଦାବି କରିଥିବା ଅଭିଯୋଗରେ ଆଜି ଅର୍ଥାତ୍ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଆରଟିଓ କାର୍ଯ୍ୟାଳୟରୁ ଭିଜିଲାନ୍ସ କାବୁ କରିଥିବା ସୂଚନା ମିଳିଛି।

ଶ୍ରୀ ପାଢ଼ୀଙ୍କ ଠାରୁ ୧୨ ହଜାର ଟଙ୍କା ଜବତ କରିଥିବା ବେଳେ ତାଙ୍କର ପୈତୃକ ବାସ ଭବନ ଠାରେ ଅଧିକ ଛାନଭିନ୍ କରିଛି ଭିଜିଲାନ୍ସ। ପରେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଏନେଇ ବ୍ରହ୍ମପୁର ଭିଜିଲାନ୍ସ ରେ ୨/୨୦୨୪ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe