Advertisment

ଓଡ଼ିଶା ସିଭିଲ ସର୍ଭିସେସ୍‌ର ପ୍ରିଲିମିନାରି ପରୀକ୍ଷା-୨୦୨୩ ପାଇଁ ତାରିଖ ଘୋଷିତ

Advertisment

ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରି ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଏହି ପରୀକ୍ଷା-୨୦୨୩ ଆସନ୍ତା ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରି ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଏହି ପରୀକ୍ଷା-୨୦୨୩ ଆସନ୍ତା ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

OPSC

ଭୁବନେଶ୍ବର: ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ପାଇଁ ବୁଧବାର ତାରିଖ ଘୋଷଣା ହୋଇଛି। ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ଆସନ୍ତା ଡିସେମ୍ବର ୧୫ ତାରିଖ (ରବିବାର)ରେ ଅନୁଷ୍ଠିତ ହେବ ବୋଲି ଓପିଏସ୍‌ସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ପାଇଁ ସଂପୂର୍ଣ୍ଣ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଓପିଏସ୍‌ସି ପକ୍ଷରୁ ଜାରି ନୋଟିସରେ କୁହାଯାଇଛି।

ଓପିଏସ୍‌ସି ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷା ସଂପର୍କିତ ଅନ୍ୟ କିଛି ସୂଚନା ଆସିଲେ, ତାକୁ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଅପ୍‌ଲୋଡ୍ କରିଦିଆଯିବ। ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ଓପିଏସ୍‌ସିର ୱେବସାଇଟକୁ ଯାଇ ଏହି ପରୀକ୍ଷା ସଂପର୍କିତ୍ ଅପ୍‌ଡେଟେଡ୍‌ ସୂଚନା ପାଇପାରିବେ। 

ad32204c-131b-48ac-b6d7-81759739ebab

ସୂଚନାଯୋଗ୍ୟ, ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମିନାରି) ପରୀକ୍ଷା-୨୦୨୩ ଗତ ୨୭ ତାରିଖରେ ଅନୁଷ୍ଠିତ ହେବାର ଥିଲା। ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ସରକାର ଏହି ପରୀକ୍ଷାକୁ ସ୍ଥଗିତ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ଏବାବଦରେ ସୂଚନା ପ୍ରଦାନ କରାଯିବ ବୋଲି କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe