ଧନକଉଡ଼ା : ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କଳାମାଟିରେ ଲଗାଣ ବର୍ଷାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଙ୍କୁ ବଞ୍ଚାଇବାକୁ ଯାଇ ଝିଅ ନଈରେ ଭାସି ଯାଇଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପ୍ରବଳ ବର୍ଷାରେ କୁଲେରଜୋର ନିକଟସ୍ଥ ଭୋଇଟିକ୍ରା ଜଳବନ୍ଦୀ ହୋଇ ପଡ଼ିଥିଲା। ସ୍ଥାନୀୟ ଅଧିବାସୀ ଭୋଇଟିକ୍ରା ରିଲିଫ କେନ୍ଦ୍ର ଆସିବା ପାଇଁ କୁଲେରଯୋର ପାର ହେଉଥିବାବେଳେ ସେହି ପଡ଼ାର ଫୁଲତୁଲୀ(୬୦) ଏବଂ ତାଙ୍କ ଝିଅ ତପସ୍ୱିନୀ ଭାସି ଯାଇଥିଲେ। ମା’ଙ୍କୁ ବଞ୍ଚାଇବାକୁ ଯାଇ ତପସ୍ୱିନୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରେ ଗ୍ରାମବାସୀଙ୍କ ସହାୟତାରେ ତପସ୍ୱିନୀଙ୍କ ଶବ ଉଦ୍ଧାର କରାଯାଇ ଥିଲା। ବୁର୍ଲା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।
ମା’ଙ୍କୁ ବଞ୍ଚାଇବାକୁ ଯାଇ ଝିଅ ଭାସିଗଲା
Advertisment
Follow Us