newindianexpress.com
ସମ୍ବଲପୁର: ଗତ ୧୪ ତାରିଖର ଛୁରାମାଡ଼ ଘଟଣାରେ ଗୁରୁତର ଭାବରେ ଆହତ ପାୟଲ ଦାସଙ୍କର ଗତ ରାତି ପ୍ରାୟ ୧ଟାରେ ବୁର୍ଲାର ଏକ ବେସରକାରୀ ଡାକ୍ତରଖାନାରେ ପରଲୋକ ଘଟିଛି। ତା ମା ଇନ୍ଦୁ ଦାଶ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ସୂଚନାଯୋଗ୍ୟ, ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଏକ ଛୋଟ ଟେଲରିଂ ଦୋକାନ କରି ମା ଓ ଝିଅ ବହୁ ପରିଶ୍ରମ କରି ସ୍ବାମୀ ଉପାର୍ଜିତ ଅର୍ଥ ଯୋଡ଼ି ଦାନୀପାଲିରେ ଏକ ଜମି କିଣିଥିଲେ। ବହୁ କଷ୍ଟରେ ଘର ନିର୍ମାଣ କରିବାକୁ ଗଲା ବେଳେ ପ୍ରଥମରୁ ହିଁ ପଡ଼ୋଶୀ ଗଣ୍ଡଗୋଳ କରିଥିଲେ। ଜାଣିବାକୁ ପାଇଲେ ଯେ ପଡ଼ୋଶୀ ଗଣ୍ଡଗୋଳ କରିବାରୁ ଜମିର ପୂର୍ବତନ ମାଲିକ ତାକୁ ବିକ୍ରି କରି ଦେଲେ। ଜମିକୁ ବାରମ୍ବାର ମପାଇ ସତର୍କତା ଅବଲମ୍ବନ ପୂର୍ବକ ଘର ତିଆରି କଲେ। ସରକାରୀ ମାପଚୁପ ମଧ୍ୟ କରାଇଥିଲେ। ତେବେ ବାରମ୍ବାର ଗଣ୍ଡଗୋଳ ଘଟିଲା। ଦାସ ପରିବାର କେଇଥର ପୁଲିସର ଆଶ୍ରୟ ନେଇଛନ୍ତି। ଗିରଫଦାରୀ ମଧ୍ୟ ହୋଇଛି। ତେବେ ବାରମ୍ବାର ଗଣ୍ଡଗୋଳ ଯୋଗୁଁ ଏହା ଦେହସୁହା ହେଇଥିଲା। ଶେଷରେ ମା ଓ ଝିଅ ଦୋକାନ ଖୋଲିବା ପାଇଁ ୧୪ ତାରିଖରେ ଘରୁ ବାହାରି ଥିବା ବେଳେ ବର୍ବରତାର ସହ ଆକ୍ରମଣର ଶିକାର ହୋଇଥିଲେ।
Follow Us