ଜଙ୍ଗଲରୁ ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର ଘଟଣା: ପ୍ରେମିକ ସହ ବୋହୂ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଘୁନସର ପଞ୍ଚାୟତ ଠୁରନିକାନି ଗ୍ରାମ୍ୟ ଜଙ୍ଗଲରୁ ଗତ ୨୫ ତାରିଖ ଦିନ ରତନୀ ରଣା(୫୫) ନାମ୍ନୀ ଜଣେ ମହିଳାଙ୍କ ଦରପୋଡ଼ା ଶବ ମିଳିଥିଲା। ତିନିଦିନର ତଦନ୍ତ ପରେ ପୁଲିସ ଘଟଣାର ପର୍ଦ୍ଦାଫାସ କରିଛି। ବୋହୂର ପରକୀୟା ପ୍ରୀତିକୁ ବିରୋଧ କରିବାକୁ ଶାଶୂଙ୍କୁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ଏହି ଘଟଣାରେ ରତନୀଙ୍କ ବୋହୂ ନିରୁପମା ରଣା (୩୦) ଓ ପ୍ରେମିକ ଡୁଲେଶ୍ବର ରଣା ଓରଫ ରୁନୁ (୨୦) ଙ୍କୁ ପୁଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଟିଟିଲାଗଡ଼ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe