ପୁରୁଷୋତ୍ତମପୁର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମା’ ତାରାତାରିଣୀଙ୍କ ପୀଠରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଛନ୍ତି। ୨୦୧ ବର-କନ୍ୟାଙ୍କ ବାହାଘର ସଂପନ୍ନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ବିବାହ ମଣ୍ଡପରେ କର୍ତ୍ତା ଭାବେ ହୋମକୁଣ୍ଡରେ ଆହୁତି ପ୍ରଦାନ ସହ କନ୍ୟାଦାନ କରିଥିଲେ। ଆଜି ‘ମୁଁ ଜଣେ ମୁଖ୍ୟମନ୍ତ୍ରୀ ନୁହେଁ, ବରଂ ଜଣେ ପିତା ଓ ଭାଇର କର୍ତ୍ତବ୍ୟ ଏବଂ ସ୍ନେହ ନେଇ ଉପସ୍ଥିତ ଥିଲି। ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ବେଳେ ସେମାନଙ୍କ ଆଖିର ଭରସା ଓ ମୁହଁର ହସ ମୋ ହୃଦୟକୁ ଆତ୍ମସନ୍ତୋଷରେ ଭରିଦେଇଥିଲା’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

Congress Questions: ବାଣିଜ୍ୟ ଚୁକ୍ତି ନେଇ କେନ୍ଦ୍ରକୁ କଂଗ୍ରେସର ୪ ପ୍ରଶ୍ନ

ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଯୋଜନା ଏକ ସାଧାରଣ ଜନମଙ୍ଗଳକାରୀ ଯୋଜନା ନୁହେଁ। ଏହା ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ଏକ ଅଭିନବ ପ୍ରୟାସ। ଆମେ ଏଭଳି ଏକ ଓଡ଼ିଶା ଗଢ଼ିବା, ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ କାରଣରୁ ପ୍ରାପ୍ତବୟସ ଆଗରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ। ଝିଅମାନେ ବାପାମାଆଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ। ଏହି ଯୋଜନା ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା, ବିଧବାଙ୍କ ପୁନଃବିବାହକୁ ଉତ୍ସାହିତ ଓ ଯୌତୁକପ୍ରଥା ନିବାରଣ କରିବା ଦିଗରେ ବହୁ ପରିମାଣରେ ସହାୟକ ହେବ। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା କାର୍ଯ୍ୟକାରୀ ‌ହେବ। ଏଥିପାଇଁ ବଜେଟ୍‌ରେ ୫୯ କୋଟିରୁ ଅଧିକ ଟଙ୍କା ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।     

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ

କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସାଂସଦ ଅନୀତା ଶୁଭଦର୍ଶିନୀ, ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ନାୟକ, କେ. ଅନୀଲ କୁମାର, ସରୋଜ କୁମାର ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ସିଦ୍ଧାନ୍ତ ମହାପାତ୍ର, ନୀଳମଣି ବିଷୋୟୀ, ମନୋରଞ୍ଜନ ଦ୍ୟାନସାମନ୍ତରା ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସମସ୍ତଙ୍କୁ ସ୍ୱାଗତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌ ଏହାକୁ ପରିଚାଳନା କରିଥିଲେ।

Horoscope 2026 February 04 : ଜାଣନ୍ତୁ ଆଜିର ରାଶିଫଳ