ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା: ବାପାଙ୍କୁ ବଞ୍ଚାଇବା ପାଇଁ ମିଛ କହିଥିଲା ଝିଅ

Advertisment
ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା: ବାପାଙ୍କୁ ବଞ୍ଚାଇବା ପାଇଁ ମିଛ କହିଥିଲା ଝିଅ

ଘଟଗାଁ/ ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ପଞ୍ଚାୟତ ମୁଣ୍ତାଟାଙ୍ଗର ଗ୍ରାମରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ବାମୀଙ୍କ ବନ୍ଧୁ ନୁହେଁ ସ୍ବାମୀ ହିଁ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ବାପାକୁ ବଞ୍ଚାଇବା ପାଇଁ ଝିଅ ମିଛ ବୟାନ ଦେଇଥିଲା। ମହିଳାଙ୍କ ସ୍ବାମୀ ଏବଂ ତାଙ୍କ ବନ୍ଧୁଙ୍କୁ ମୁହାଁମୁହିଁ ଜେରା କରାଯିବା ପରେ ସ୍ବାମୀ ହତ୍ୟା କରିଥିବା ସ୍ବୀକାର କରିଛି ବୋଲି ପୁଲିସ କହିଛି।

ଜୁଲାଇ ୨୪ ତାରିଖରେ ଖାଳିଆଡିହା ଗ୍ରାମର ପୁରୁଷୋତ୍ତମ ନାଏକ (୫୫) ମୁଣ୍ଡାଟାଙ୍ଗର ଗ୍ରାମରେ ରହୁଥିବା ସଙ୍ଗାତ ବୀର ମୁଣ୍ଡାଙ୍କ ଘରକୁ ଆସିଥିଲେ। ସେଦିନ ଉଭୟ ହାଟକୁ ଯାଇ ପ୍ରଚୁର ମଦ ପିଇ ଘରକୁ ଫେରିଥିଲେ। ରାତିରେ ଉଭୟ ମାଂସ ରୋଷେଇ କରି ଖାଇଥିଲେ। ଗୋଟିଏ କୋଠରିରେ ବୀର ଏବଂ ତାଙ୍କ ପ୍ରଥମ ପତ୍ନୀ ଶୋଇଥିଲେ। ବୀରଙ୍କ ଦ୍ବିତୀୟ ପତ୍ନୀ ସରସ୍ବତୀ ଶୋଇଥିବା କୋଠରିରେ ପୁରୁଷୋତ୍ତମ ଶୋଇଥିଲେ। ରାତିରେ ପୁରୁଷୋତ୍ତମ ଏବଂ ପତ୍ନୀ ସରସ୍ବତୀଙ୍କୁ ଅସଂଯତ ଅବସ୍ଥାରେ ‌ଦେଖିବାକୁ ପାଇଥିଲା ବୀର। ସକାଳୁ ସାଙ୍ଗ ପୁରୁଷୋତ୍ତମ ନିଜ ଘରକୁ ପଳାଇବା ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ବୀର ଉତ୍ତ୍ୟକ୍ତ ହୋଇ ଅତି ନୃଶଂସଭାବେ ସରସ୍ବତୀଙ୍କ ‌ଯୌନାଙ୍ଗରେ ଏକ ଶାବଳ ଭର୍ତ୍ତି କରି ଦେଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ସେ ସରସ୍ବତୀଙ୍କୁ ପ୍ରଥମେ ଝାରବେଡ଼‌ା ଡାକ୍ତରଖାନା ନେଇଥିଲା। ପରେ ସେଠାରୁ ପଣ୍ତାପଡ଼ା ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶେଷରେ ସ୍ତ୍ରୀ ମୃତଦେହକୁ ଆଣି ମୁଣ୍ତାଟାଙ୍ଗର ଗ୍ରାମରେ ନିଜ ଘର ପାଖରେ ପୋତି ଦେଇଥିଲା ବୀର। ଏ ସମ୍ପର୍କରେ କାହାରିକୁ କିଛି କହି ନଥିଲା। ତେବେ ଡାକ୍ତରଖାନା ଯିବା ପୂର୍ବରୁ ସଉତୁଣୀଙ୍କ ଝିଅକୁ ସରସ୍ବତୀ ଘଟଣା ସମ୍ପର୍କରେ ଜଣାଇଥିଲେ। ବାପାକୁ ବଞ୍ଚାଇବା ପାଇଁ ଝିଅ ଘଟଣାର ଦୀର୍ଘ ୧୦ ଦିନ ପରେ ଗତକାଲି ବାପାଙ୍କ ସାଙ୍ଗ ପୁରୁଷୋତ୍ତମଙ୍କ ନାମରେ ଘଟଗାଁ ଥାନାରେ ଏନେଇ ଅଭିଯୋଗ କରିଥିଲା। ପୁଲିସ ତୁରନ୍ତ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତହସିଲଦାରଙ୍କ ଉପସ୍ଥିତିରେ ମାଟି ତଳୁ ଶବ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଉଭୟ ବୀର ଓ ପୁରୁଷୋତ୍ତମକୁ ଥାନାକୁ ଆଣି ମୁହାଁମୁହିଁ ଜେରା କରିବା ପରେ ବୀର ହିଁ ହତ୍ୟାକାରୀ ବୋଲି ଜଣାପଡ଼ିଥିଲା। ସାଙ୍ଗ ସହ ପତ୍ନୀଙ୍କ ଅନୈତିକ ସମ୍ପର୍କ ଦେଖି ସେ ଏଭଳି କରିଥିବା ବୀର ପୁଲିସ ଆଗରେ ସ୍ବୀକାର କରିଥିଲା। ପୁଲିସ କେସ୍‌ ନମ୍ବର ନମ୍ବର ୧୫୨/୨୦୨୨ରେ ଏକ ମାମଲା ରୁଜୁ କରି ବୀରକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe