ଝିଅ କାନ୍ଧେଇଲେ ବାପାଙ୍କ କୋକେଇ

ଝିଅ କାନ୍ଧେଇଲେ ବାପାଙ୍କ କୋକେଇ

ବ୍ରଜରାଜନଗର : ପ୍ରାୟ ସବୁ ବାପା, ମା’ଙ୍କ ଗୋଟିଏ ଇଚ୍ଛା, ପୁଅ ଜନ୍ମ ହେବ, ମଲା ପରେ କାନ୍ଧ ଦେବ। ମୁହଁରେ ନିଆଁ ଦେବ। ହେଲେ ତାହା ସମସ୍ତଙ୍କ ଭାଗ୍ୟରେ ଜୁଟେନି। ପୁଅମାନଙ୍କ ଦ୍ବାରା ବାପା, ମା’ ହତାଦାର ହେବାର ଅନେକ ଉଦାହରଣ ରହିଛି। ହେଲେ ସେଇ ବାପା, ମା’ଙ୍କ ଗର୍ଭରୁ ଜନ୍ମିତ ଝିଅମାନେ ଯେ ପୁଅଠାରୁ କେଉଁ ଗୁଣରେ କମ୍‌ ନୁହନ୍ତି ତାହା ପ୍ରମାଣିତ କରିଛନ୍ତି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ୩ ଭଉଣୀ।

ସୂଚନା ଅନୁଯାୟୀ ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ଠାକୁରପଡ଼ାରେ ରୁହନ୍ତି ଦେବାର୍ଚ୍ଚନ ପାତ୍ର (୭୮)। ମହାନଦୀ କୋଲ୍‌ କମ୍ପାନିରେ କାର୍ଯ୍ୟ କରି ଅବସର ନେଇଥିବା ଦେବାର୍ଚ୍ଚନଙ୍କ ବୁଧବାର ଅପରାହ୍‌ଣରେ ପରଲୋକ ହୋଇଯାଇଥିଲା। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ଏହି ସମୟରେ ତାଙ୍କର ୩ ପୁଅ ଓ ବୋହୂଙ୍କ ମଧ୍ୟରେ ସାନ ପୁଅକୁ ଛାଡ଼ି ଦେଲେ ଅନ୍ୟମାନେ ତାଙ୍କ ସେବା କରି ନଥିଲେ। ସ୍ବର୍ଗତ ପାତ୍ରଙ୍କ ତିନି ଝିଅ ରେଣୁକା ପ୍ରଧାନ, କମଳା ପ୍ରଧାନ, ନବନିତା ବାରିକ ଓ ସାନପୁଅ ଧରଣୀ ପାତ୍ର ତାଙ୍କର ସେବା କରିଥିଲେ। ମୃତ୍ୟୁ ପରେ ଭଉଣୀମାନେ ସେହି ଦୁଇ ଭାଇଙ୍କୁ ବାପାଙ୍କ କୋକେଇରେ କାନ୍ଧ ଦେବାକୁ ସିଧା ମନା କରିଦେଇଥିଲେ। ଏଥିରେ ମଧ୍ୟ ଦେବାର୍ଚ୍ଚନଙ୍କ ପତ୍ନୀ ଝିଅମାନଙ୍କୁ ସମର୍ଥନ କରିଥିଲେ। ତିନି ଭଉଣୀ, ଜ୍ୱାଇଁ ଓ ସାନ ଭାଇ କୋକେଇ କାନ୍ଧେଇ ଶ୍ମଶାନ ନେଇଥିଲେ। ସାନ ଭାଇ ଧରଣୀ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe