ପାଖ ମାଡ଼ି‌ଲାନି ପୁଅ, ମା’ଙ୍କ ମୃତଦେହକୁ କାନ୍ଧ ଦେଲେ ୬ ଝିଅ

ମୁଖାଗ୍ନି ଦେଲେ: ମାଆଙ୍କୁ ୬ ଝିଅ, ପତ୍ନୀଙ୍କୁ ସ୍ୱାମୀ

ସମ୍ବଲପୁର : ମା’ଙ୍କ ମୃତ୍ୟୁ ପରେ ବି ପାଖ ମାଡ଼ିଲାନି ଏକମାତ୍ର ପୁଅ। ମା’ଙ୍କ ଦେଖାଶୁଣା କରୁଥିବା ୬ ଝିଅ ପରିଶେଷରେ ତାଙ୍କ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି। ସମ୍ବଲପୁରରେ ଜନମାନସକୁ ଦୋହଲାଇ ଦେଲା ପରି ଚିତ୍ର ସାମ୍‌ନାକୁ ଆସିଛି।

ସବୁ ପିତାମାତା ଚାହାନ୍ତି, ପୁଅ ସେମାନଙ୍କ ଜୀବନର ଶେଷ ପର୍ଯ୍ୟାୟ ବୃଦ୍ଧାବସ୍ଥାରେ ଦେଖାଶୁଣା କରୁ, ସେମାନଙ୍କ ଯତ୍ନ ନେଉ। ଆଉ ପରଲୋକ ପରେ ମୁଖାଗ୍ନି ବି ଦେଉ। ହେଲେ, ସମସ୍ତଙ୍କ ଭାଗ୍ୟରେ ସେଭଳି ଘଟିନଥାଏ। ସମ୍ବଲପୁରର ସ୍ବର୍ଗତ ଭୁବନ ସାହୁଙ୍କ ପତ୍ନୀ ଶ୍ରୀମତି ସାହୁଙ୍କ କ୍ଷେତ୍ରରେ ଏଭଳି କିଛି ଘଟଣା ଘଟିଛି। ସ୍ବାମୀ ଭୁବନଙ୍କ ମୃତ୍ୟୁ ପରେ ପୁଅ ନପଚାରିବାରୁ ସେ ଗତ ୧୫ ବର୍ଷ ହେବ ଗୁଜୁରାତି କଲୋନୀରେ ରହୁଥିଲେ। ଝିଅମାନେ ତାଙ୍କ ସେବାଯତ୍ନ କରୁଥିଲେ। ଆଜି ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିଲା। ଏକ ଘରୋଇ କଂପାନିରେ ଚାକିରି କରୁଥିବା ପୁଅ ମା’ଙ୍କ ମୁଖାଗ୍ନି ଦେବା ଭିନ୍ନ କଥା ଶେଷ ଦର୍ଶନ କରିବାକୁ ବି ଆସିନଥିଲେ। ଏଭଳି ସ୍ଥିତିରେ ମୃତ୍ୟୁ ପରେ ଛଳ ଛଳ ଆଖିରେ ମା’ଙ୍କ ମରଶରୀରକୁ କାନ୍ଧ ଦେଲେ ୬ ଝିଅ ସୁଶୀଲା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳା। କଥା ସେତିକିରେ ସରିନି ଛାତିରେ କୋହ ଓ ମନରେ ମାଁ ଚାଲିଯିବାର ଦୁଃଖକୁ ଜାବୁଡି ଧରି ଛଅ ଝିଅ ମୁଖାଗ୍ନି ଦେଇଛନ୍ତି। ଏହା ସମାଜ ପାଇଁ ଏକ ଭଲ ବାର୍ତ୍ତା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe