ଡିଏଭି କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତଙ୍କ ପ୍ରାଣାନ୍ତକ ଆକ୍ରମଣ; ୫୦୦ ଟଙ୍କା ଲୁଟିଲେ, ବ୍ଲେଡ୍‌ରେ ବେକ କାଟିଲେ

Advertisment
ଡିଏଭି କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତଙ୍କ ପ୍ରାଣାନ୍ତକ ଆକ୍ରମଣ; ୫୦୦ ଟଙ୍କା ଲୁଟିଲେ, ବ୍ଲେଡ୍‌ରେ ବେକ କାଟିଲେ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ସ୍ଥିତ ଡିଏଭି ମହାବିଦ୍ୟାଳୟରେ ପିଜି ଚତୁର୍ଥ ବର୍ଷ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ୩ ଜଣ ଯୁବକ ପ୍ରାଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଠାରୁ ୫ ଶହ ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିବାସୀ ଶରତ ଚନ୍ଦ୍ର ମାଝୀଙ୍କ ଝିଅ ପ୍ରିୟମ୍ବଦା ମାଝୀ ସ୍ଥାନୀୟ ବହିଦାରପଡ଼ା ନିଖିଳ ଆବାସରେ ଭଡ଼ାରେ ରହି ଡିଏଭି କଲେଜରେ ପାଠ ପଢୁଛନ୍ତି। ଆଜି ଦିନ ୧୧ ଟାରେ ସେ କଲେଜକୁ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ତିନି ଜଣ ମୁଖାଧାରି ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ହଠାତ୍ ୨ ଜଣ ଦୁର୍ବୃତ୍ତ ତାଙ୍କ ହାତକୁ ଧରି ଥିବାବେଳେ ଆଉଜଣେ ବ୍ଲେଡ଼ରେ ତାଙ୍କ ବେକକୁ ଆକ୍ରମଣ କରି ୫ ଶହ ଟଙ୍କା ଲୁଟି ନେଇଥିଲେ।

ଘଟଣାର ସୂଚନା ପାଇ କଲେଜ ଅଧ୍ୟକ୍ଷ ପ୍ରଣବ ପୁରୋହିତ ପୁଲିସକୁ ଖବର ଦେବା ସହ ଛାତ୍ରୀଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା କରିଥିଲେ। ଛାତ୍ରୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ପୁଲିସ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe