ଦୟାନଦୀ ପାଣି ବ୍ୟବହାର ଉପଯୋଗୀ ନୁହେଁ: ରାଜସ୍ୱ ମନ୍ତ୍ରୀ

Advertisment
ଦୟାନଦୀ ପାଣି ବ୍ୟବହାର ଉପଯୋଗୀ ନୁହେଁ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଦୂଷିତ ହେଉଛି ଦୟା ନଦୀ ପାଣି। ଦୟାନଦୀ ପାଣି ଚାଷ କି ପିଇବା ପାଇଁ ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି। ଭୁବନେଶ୍ୱରର ସବୁ ନାଳ ପାଣି ଗାଙ୍ଗୁଆ ନାଳରେ ପଡେ। ଏଠାକାର ପାଣି ଦୟାନଦୀରେ ମିଶୁଥିବାରୁ ନଦୀ ପାଣି ପ୍ରଦୂଷିତ ହୋଇଛି। ଏ ନେଇ ଆଜି ସମୀକ୍ଷା ବୈଠକ ହୋଇଥିଲା। ଏହାର ମୁକାବିଲା ପାଇଁ ଗଙ୍ଗୁଆ ଓ ୬ଟି ସ୍ଥାନରେ ଏସଟିପିସି ଟ୍ରିଟମେଂଟ ପ୍ଲାଂଟ କରାଯିବ। ଏଥିଲାଗି ୮ଶହ କୋଟିର ବ୍ୟୟବରାଦ ହୋଇଛି।

ଦୁଇଟି ଏସଟିପିର କାମ ସରିଥିବାେବେଳେ ବାକି କାମ ୨ ବର୍ଷରେ ସରିବ। ଏହି କାମ ପାଇଁ କେତେ ଘର ଭଙ୍ଗାଯିବ ତାର ଆକଳନ ପାଇଁ ଆଉ ଏକ ବୈଠକ ହେବ। ଦୟାନଦୀ ହେଉଛି କୁଆଖାଇ ନଦୀର ଶାଖାନଦୀ। ପୁରୀ ଓ ଖୋର୍ଦା ଜିଲ୍ଲାରେ ଏହି ନଦୀ ୩୭ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ହୋଇଛି। ବିଶେଷକରି ଭୁବନେଶ୍ୱର ଉପକଣ୍ଠ ଅଂଚଳ ଏହାଦ୍ୱାରା ବେଶୀ ପ୍ରଭାବିତ ହେଉଛି। ପ୍ରସିଦ୍ଧ ଧଉଳିଗିରି ଦୟା ନଦୀ କୂଳରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe