ଅକାଳ ମୃତ୍ୟୁର ଗାଁ ‘ଦୟାଲତଙ୍ଗ’ ବୟସ ୩୦ ଛୁଇଁଲେ ଚାଲିଯାଉଛି ଯୁବକଙ୍କ ଜୀବନ

Advertisment

ବୟସ ୩୦ ଛୁଇଁବା କ୍ଷଣି ହାତ ଠାରି ଡାକୁଛି ମୃତ୍ୟୁ। ରୋଗର କାରଣ ଓ ନିରାକରଣ ଜାଣିବା ପୂର୍ବରୁ ଚାଲି ଯାଉଛି ଜୀବନ। ଜଣେ କି ଦୁଇ ଜଣ ନୁହେଁ ଗ୍ରାମର ସମସ୍ତ ପରିବାରର ଯୁବକମାନଙ୍କ ୩୦ବର୍ଷ ବୟସରେ ମୃତ୍ୟୁ ଘଟଣା ଚକିତ କରିଛି।

ବୟସ ୩୦ ଛୁଇଁବା କ୍ଷଣି ହାତ ଠାରି ଡାକୁଛି ମୃତ୍ୟୁ। ରୋଗର କାରଣ ଓ ନିରାକରଣ ଜାଣିବା ପୂର୍ବରୁ ଚାଲି ଯାଉଛି ଜୀବନ। ଜଣେ କି ଦୁଇ ଜଣ ନୁହେଁ ଗ୍ରାମର ସମସ୍ତ ପରିବାରର ଯୁବକମାନଙ୍କ ୩୦ବର୍ଷ ବୟସରେ ମୃତ୍ୟୁ ଘଟଣା ଚକିତ କରିଛି।

dfdfcvcv

ମାଲକାନଗିରି: ବୟସ ୩୦ ଛୁଇଁବା କ୍ଷଣି ହାତ ଠାରି ଡାକୁଛି ମୃତ୍ୟୁ। ରୋଗର କାରଣ ଓ ନିରାକରଣ ଜାଣିବା ପୂର୍ବରୁ ଚାଲି ଯାଉଛି ଜୀବନ। ଜଣେ କି ଦୁଇ ଜଣ ନୁହେଁ ଗ୍ରାମର ସମସ୍ତ ପରିବାରର ଯୁବକମାନଙ୍କ ୩୦ବର୍ଷ ବୟସରେ ମୃତ୍ୟୁ ଘଟଣା ଚକିତ କରିଛି। ଅଜଣା ମୃତ୍ୟୁର ଜାଲରେ ଛନ୍ଦି ହୋଇ ପଡ଼ିଥିବା ଅଭିଶପ୍ତ ଗାଁ ହେଉଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତର ଦୟାଲତଙ୍ଗ। 

ଗ୍ରାମରେ ୧୨ଟି ଘର ରହିଛି। ଜନସଂଖ୍ୟା ୪୫। ସେଥି ମଧ୍ୟରୁ ମହିଳାଙ୍କ ସଂଖ୍ୟା ହେଉଛି ୩୧। ଗାଁରେ ବୟସ୍କ ପୁରୁଷ କେହି ନଥିବା ବେଳେ ବିଧବା ମହିଳାଙ୍କ ସଂଖ୍ୟା ୧୨। ବିଧବା ମହିଳାଙ୍କ ମଧ୍ୟରୁ ବାରି ଉଲାମା, ବାଦାରି ଚିଲକାରୁ, ବାଦାରି କଚଲାମା, ଏଲକା ଗୁଲାମା, ବାଦାରି ଶିଶାମ୍ମା, ବାଦାରି କାନାମ୍ମା, ବାରି ଡୁନାମ୍ମା, ଏଲକା ଗୁନାମ୍ମା ପ୍ରମୁଖଙ୍କ ସ୍ବାମୀ ୩୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁର କାରଣ ସମ୍ପର୍କରେ କେହି କିଛି ଜାଣିନଥିବା ବେଳେ ଅଜଣା ରୋଗରେ ପୀଡ଼ିତ ହୋଇ ସମସ୍ତେ ମୃତ୍ୟୁବରଣ କରିଥିବା କହିଛନ୍ତି। ବିଧବା ମହିଳାଙ୍କ ପୁଅ, ଝିଅ ରହଥିବା ବେଳେ ନିଜେ କାମ କରି ପିଲାଙ୍କ ଭରଣପୋଷଣ କରୁଥିବା କହିଛନ୍ତି। ନିକଟରେ ଦୟାଲତଙ୍ଗ ଗ୍ରାମର ୬ ଯୁବକ ବିବାହ କରିଛନ୍ତି। ଏମାନଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ।

ବୟସ ୩୦ ଛୁଇଁଲେ ଚାଲିଯାଉଛି ଯୁବକଙ୍କ ଜୀବନ
ଗାଁରେ ନାହାନ୍ତି ବୃଦ୍ଧ, ଅଛନ୍ତି କେବଳ ବିଧବା
ମୃତ୍ୟୁର କାରଣ ଖୋଜି ପାଉନାହାନ୍ତି ସମ୍ପର୍କୀୟ

ଏହି ଯୁବକଙ୍କ ପରିବାର ଭୟ ଓ ଆତଙ୍କ ଭିତରେ ରହିଛନ୍ତି। ପୂର୍ବରୁ ଗାଁରେ କେହି ବି ପୁରୁଷ ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିନାହାନ୍ତି। ଆନ୍ଧ୍ର ସୀମାନ୍ତରେ ଥିବା ଗାଁର ସମସ୍ତ ପରିବାର ତେଲୁଗୁ ଭାଷାରେ କଥାବାର୍ତ୍ତା କରୁଛନ୍ତି। ଚାଷ କାର୍ଯ୍ୟ ଜୀବନ ଜୀବିକାର ମାଧ୍ୟମ ହୋଇଛି। ନକ୍ସଲ ପ୍ରଭାବିତ ଏହି ଗାଁରେ ବିକାଶର ଚିହ୍ନବର୍ଣ୍ଣ ନାହିଁ। ଗାଁର ଯୁବତୀ ସୁମତି ଓରଫ ସୀତାମ୍ମା ନକ୍ସଲ ସଂଗଠନ ସହ ଜଡ଼ିତ ହୋଇଥିଲେ। ଏବେ ସ୍ଥିତି ବଦଳିବା ସହ ନକ୍ସଲମୁକ୍ତ ହୋଇଛି ଗାଁ। କିନ୍ତୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‌ ଭଳି କୌଣସି ସୁବିଧା ନାହିଁ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏହି ଗାଁର ସ୍ଥିତି ସଂପର୍କରେ ଅବଗତ ନଥିବା କହିଛନ୍ତି। କାଁ ଭାଁ କିଛି ପରିବାରଙ୍କୁ ସରକାରୀ ସୁବିଧା ମିଳୁଥିବା ଗାଁର ମହିଳାମାନେ କହିଛନ୍ତି। ଗାଁର ଯୁବକଙ୍କ ଅକାଳ ବିୟୋଗ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ କାରଣ ଖୋଜିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe