ଆତ୍ମହତ୍ୟା ପୂର୍ବରୁ ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ: ଭୁବନେଶ୍ୱର ଡିସିପି

ଆତ୍ମହତ୍ୟା ପୂର୍ବରୁ ଡିପ୍ରେସନରେ ଥିଲେ ଅଭିନେତା ରାଇମୋହନ: ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁକୁ ୪ଦିନ ବିତିଯାଇଥିଲେ ବି ଘଟଣା ଏବେ ବି ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। କାରଣ ପରିବାରର କେହି ବି ଜଣେ ହେଲେ ନଥିବା ବେଳେ ଘର କବାଟ ଖୋଲା ରହିବା। ମୋବାଇଲ୍‌ ହ୍ବାଟ୍ସଆପ୍‌ରୁ ପରିବାରବର୍ଗଙ୍କୁ ମେସେଜ୍‌ କରିବା। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯାହାକୁ ନେଇ ଆତ୍ମହତ୍ୟା ପଛର କାରଣ ରହସ୍ୟମୟ ହେବାରେ ଲାଗିଛି। ତେବେ ରାଇମୋହନଙ୍କ ଆତ୍ମହତ୍ୟାକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ଭୁବନେଶ୍ୱର ଡିସିପି |

ସେ କହିଛନ୍ତି ଯେ ଆତ୍ମହତ୍ୟା ପୂର୍ବରୁ ଅଭିନେତା ରାଇମୋହନ ଡିପ୍ରେସନରେ ଥିଲେ | ମଞ୍ଚେଶ୍ୱର ଥାନା ଆଇଆଇସି ବିଭିନ୍ନ ଦିଗରୁ ତଦନ୍ତ କରୁଥିବାବେଳେ ପରିବାର, ପଡୋଶୀ, ଡ୍ରାଇଭର ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି | ରାଇମୋହନଙ୍କ ଫୋନ ଜବତ କରାଯାଇଥିବାବେଳେ ସେଥିରୁ କିଛି ସୁରାକ ମିଳିପାରେ | ତଦନ୍ତରୁ ରାଇମୋହନ ମାନସିକ ଅବସାଦରେ ଥିବା ଜଣାପଡିଛି | ତେବେ ମାନସିକ ଅବସାଦ ପଚାର କାରଣ ପରିବାର ଲୋକ ନିର୍ଦ୍ଦିଷ୍ଟ ଭାବରେ କହିପାରୁନାହାନ୍ତି |

ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ | ସୂଚନା ଥାଉ କି ଗତ ୨୪ ତାରିଖ ଦିନ ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିଲେ। ସେ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe