ଡିଡି କଲେଜ ହେବ ବିଶ୍ବବିଦ୍ୟାଳୟ

Advertisment
ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ ପଦ ସୃଷ୍ଟି

କେନ୍ଦୁଝର :  କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଧରଣୀଧର ମହାବିଦ୍ୟାଳକୁ ବିଶ୍ବବିଦ୍ୟାଳୟ ଘୋଷଣା କରାଯିବା ନେଇ ଆଶା ସଂଚାର ହୋଇଛି। ଏଥିପାଇଁ ସମ୍ଭବତଃ ଉଚ୍ଚଶିକ୍ଷା ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ଏହି ଘୋଷଣା ହେବ ବୋଲି ଏଭଳି କିଛି ଆଭାସ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଛି। ଆସନ୍ତା ୧୧ ତାରିଖ କିମ୍ବା ୧୨ ତାରିଖରେ ଏହି ଘୋଷଣା ହୋଇପାରେ ବୋଲି ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି।

ଗତ ୧.୬.୧୯୫୭ ମସିହାରେ କେନ୍ଦୁଝର ସହରରେ ଧରଣୀଧରଙ୍କ ନାମରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ପରେ ଏଠାରେ ହଜାର ହଜାର ଛାତ୍ରଛାତ୍ରୀ ବିଭିନ୍ନ ଉଚ୍ଚ ପଦବଦବିରେ ଅବସ୍ଥାନ କରିଥିବା ବେଳେ ଏବେ ବି ରାଜ୍ୟ ସରକାରଙ୍କ ବଡ଼ ବଡ଼ ପଦବିରେ ଏହି କଲେଜର ପୁରାତନ ଛାତ୍ରଛାତ୍ରୀ ଅବସ୍ଥାପିତ ହୋଇଛନ୍ତି। ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଓପିଏସ୍‌ସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି, ଆୟକର କମିସନର ସୁଶାନ୍ତ କୁମାର ମିଶ୍ର , ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରମୁଖ ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ଥିଲେ।

ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଘୋଷଣା କରିବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ଏ ନେଇ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଓ ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe