ବିକଶିତ ଓଡ଼ିଶାର ଚିତ୍ର: ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ଶବ ବୋହିଲେ ୨୦ କିଲୋମିଟର

ବିକଶିତ ଓଡ଼ିଶାର ଚିତ୍ର: ମିଳିଲାନି ଆମ୍ବୁଲାନ୍ସ, କାନ୍ଧରେ ଶବ ବୋହିଲେ ୨୦ କିଲୋମିଟର

ନବରଙ୍ଗପୁର: ବାରମ୍ବାର ଆମ୍ବୁଲାନ୍ସକୁ ଡାକିଲେ। କିନ୍ତୁ, ଆମ୍ବୁଲାନ୍ସ ନଆସିବାରୁ ଓ ହାତରେ ଟଙ୍କା ନଥିବାରୁ ବାଧ୍ୟ ହୋଇ ୨୦ କିଲୋମିଟର ଶବକୁ ଭାରରେ ବୋହି ଆଣିଲେ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁ ଗ୍ରାମରେ। ଏହି ଘଟଣା ରାଜ୍ୟର ବିକାଶକୁ ଶକ୍ତ ଆଘାତ ଦେଇଛି। ସରକାର ଯେତେ ବିକାଶର ଡେଙ୍ଗୁରା ପିଟୁଥିଲେ ବି ତୃଣମୂଳ ସ୍ତରରେ ଲୋକଙ୍କ ଅବସ୍ଥା ଦୟନୀୟ ଥିବା ଜଣାପଡ଼ଛି।

ଘଟଣା ଅନୁସାରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କୁମଲି ଗ୍ରାମପଞ୍ଚାୟତ ନିକଟ ପୁର୍ଣିଗୁଡ଼ା ଗ୍ରାମର କରୁଣା ଆମନାତ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଫୁପୁଗାଁର ଅଭି ଆମନାତ୍ୟଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି। ତେବେ ସାନ ଝିଅ ଜନ୍ମ ହୋଇ ୩ମାସ ହେଇଥିବାରୁ କରୁଣା ଅମାନାତ୍ୟ ତାଙ୍କ ବାପାଙ୍କ ଘର ପୁର୍ଣିଗୁଡାକୁ ଯାଇଥିଲେ। ସେଠାରେ ରାତିରେ ତାଙ୍କର ଦେହାନ୍ତ ହେଇଥିଲା।

ତେବେ ସେଠାରେ ଅନେକ କସରତ ପରେ ମଧ୍ୟ ସରକାରୀ ଗାଡ଼ି କି କୌଣସି ସରକାରୀ ସାହାଯ୍ୟ ସୁବିଧା ନ ମିଳିଥିଲା। ସେମାନେ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ କୌଣସି ଗାଡ଼ିର ବ୍ୟବସ୍ଥା କରିପାରିନଥିଲେ। ଫଳରେ ତାଙ୍କ ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ପ୍ରାୟ ୨୦ କିଲୋମିଟର କାନ୍ଧରେ ବୋହି କି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଫୁପୁଗାଁ ଗ୍ରାମକୁ ଠାରେ ଆଣି ଶବ ସଂସ୍କାର କରିଥିଲେ, ଯାହାକୁ ନେଇଁ ଗ୍ରାମବାସୀ ସରକାରୀ ଯୋଜନାକୁ ତାଛଲ୍ୟ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe