ହଜିଗଲା ମାନବିକତା! : ସାଇକଲରେ ବୁହା ହେଲା ଶବ

Advertisment
ହଜିଗଲା ମାନବିକତା! : ସାଇକଲରେ ବୁହା ହେଲା ଶବ

ବୌଦ୍ଧ : ସାମାଜିକ ବାସନ୍ଦ ଯୋଗୁଁ ମିଳିଲାନି ଚାରି କାନ୍ଧ। ଶେଷରେ ଶାଳୀର ଶବକୁ ସାଇକଲରେ ବୋହି ନେଇ ସତ୍କାର କରିଛନ୍ତି ଭିଣୋଇ। ଏଭଳି ଏକ ଅଭାବନୀୟ ଘଟଣା ଆଜି ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତରେ ଘଟିଛି।

କୃଷ୍ଣପାଲି ଗାଁର ଚତୁର୍ଭୁଜ ବାଙ୍କ (୬୦)ଙ୍କ ଘରେ ରହୁଥିଲେ ତାଙ୍କ ଅବିବାହିତ ଶାଳୀ ପାଞ୍ଚ ମହାକୁଡ଼ (୪୨)। ଚତୁର୍ଭଜ ଝାଡ଼ାବାନ୍ତିରେ ଆକ୍ରାନ୍ତ ତାଙ୍କ ପତ୍ନୀ ବେଦ ମହାକୁଡ଼ (୫୬) ଓ ଶାଳୀ ପାଞ୍ଚଙ୍କ ଚିକିତ୍ସା ପାଇଁ ୩୦ ତାରିଖ ମଙ୍ଗଳବାର ଦିନ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପାଞ୍ଚଙ୍କ ମୃତ୍ୟୁ ହୋଇଥିଲା। ବହୁ କାକୁତି ମିନତି ପରେ ଡାକ୍ତରଖାନାରେ ଥିବା ଶବବାହକରେ ଶାଳୀର ଶବକୁ ନେଇ ଚର୍ତୁଭୁଜ ଗାଁକୁ ଫେରିଥିଲେ। ତେବେ ଶବକୁ କାନ୍ଧ ଦେବାକୁ କେହି ଆସିନଥିଲେ। ଦ୍ୱିତୀୟ ବିବାହ ପାଇଁ ଚତୁର୍ଭୁଜଙ୍କ ପରିବାରକୁ ଲୋକମାନେ ବାସନ୍ଦ କରିଥିବାରୁ ଜାତିଭାଇ କି ଗାଁ ଲୋକ କାନ୍ଧରେ ନେବାକୁ ବାହାରି ନ ଥିଲେ।

ଶେଷରେ, ଚତୁର୍ଭୁଜ ବାଧ୍ୟ ହୋଇ ନିଜ ସାଇକଲରେ ପାଞ୍ଚଙ୍କ ଶବକୁ ବାନ୍ଧି ମଶାଣିକୁ ନେଇ ପୋତି ଥିଲେ। ଚତୁର୍ଭୁଜଙ୍କ ପତ୍ନୀ ବେଦ ଡାକ୍ତରଖାନାର ୱାର୍ଡ଼ ୭୨ ନଂ ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି। ଚର୍ତୁଭୁଜଙ୍କ ଆଉ ଏକ ସ୍ତ୍ରୀ ଉର୍ବଶୀ ବାଙ୍କ(୫୫) ମୁଣ୍ଡପଡ଼ା ପଞ୍ଚାୟତ କିରାସିରାରେ ଥିବା ତାଙ୍କ ପୁଅ ବରୁଣ ବାଙ୍କ ଠାରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe